୭୫ଗ୍ରାମ ହିରୋଇନ୍ ଜବତ, ୧ ଗିରଫ

13

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶ କ୍ରମେ ପୁରୀ ଜିଲ୍ଲା ସଦର ରେଞ୍ଜର ନିରୀକ୍ଷକା ଶ୍ରୀମତୀ ମାନସୀ ସାହୁଙ୍କ ନେତୃତ୍ୱରେ ଏକ ଟିମ ସତ୍ୟବାଦୀ ଥାନା ଅଧୀନ ବୀର ଗୋବିନ୍ଦପୁର ସ୍ଥିତ ଦକ୍ଷିଣ କାଳି ମନ୍ଦିର ଅଂଚଳରେ ଚଢ଼ାଉକରି ,ଆସାମୀ – ଜୀବନ ଦିକ୍ଷୀତ,ବୟସ – ୨୩ବର୍ଷ ,ପିତା – ବ୍ରହ୍ମାନନ୍ଦ ଦିକ୍ଷୀତ, ଗ୍ରାମ- ଚହଟାଙ୍କୁ ଗିରଫ କରି ତାଙ୍କ ଠାରୁ ୭୫ଗ୍ରାମ ହିରୋଇନ୍ ଜବତ କରାଗଲା ଏବଂ ଜିଲ୍ଲା ସଦର ରେଞ୍ଜ କେସ ନଂ -୩୧/୨୩-୨୪ରୁଜୁ କରି କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ପୁରୀ କlରଗlରକୁ ପଠାଯାଇଛି. ଜବତ ହିରୋଇନ୍ ର ମୂଲ୍ୟ ପ୍ରାୟ ୭,୫୦,୦୦୦/-ଟଙ୍କାରୁ ଉର୍ଦ୍ଧ ହେବ. ଏହି ଚଢ଼ାଉରେ ଅବକାରୀ ଉପନିରିକ୍ଷକ ଶ୍ରୀ ରଙ୍କନିଧି ମଲ୍ଲିକ, ଏ ଏସ ଇ ସନ୍ତୋଷ ନାୟକ, ପୁନଚନ୍ଦ୍ର ନାୟକ ଏବଂ କର୍ମଚାରୀ ଶେଖ୍ ୱାରିଶ,ପ୍ରବୀଣ ବିରାଜ କୀରୋ, , ଫିରୋଜ ମହାନଦୀଆ, ସଞ୍ଜୀବ ହସ୍ତି, ସ୍ୱାଗତିକା ଘଡେ଼ଇ,ପ୍ରଦୀପ ମଲ୍ଲିକ ପ୍ରମୁଖ ସାମିଲ ଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More