୭୪ ତମ ବନମହୋତ୍ସବ ପାଳିତ

12

Get real time updates directly on you device, subscribe now.

ନବରଙ୍ଗପୁର (ନବରଙ୍ଗପୁର): – –  ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଚେରଚେଟା ପଞ୍ଚାୟତ ଅନ୍ତର୍ଗତ ବାମନଦେଇ ଗୁଡା ଠାରେ ୭୪ ତମ ବନମହୋତ୍ସବ ଡାବୁଗାଁ ବନ ବିଭାଗ ତରଫରୁ ଅନୁଷ୍ଠିତ ହୋଇଯାଇଅଛି | ଏଥିରେ ମୁଖ୍ୟ ଅତିଥିଭାବେ ଡାବୁଗାଁ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମନୋହର ରନ୍ଧାରୀ ଯୋଗ ଦେଇଥିଲେ |  ବିଧାୟକ ଶ୍ରୀ ରନ୍ଧାରୀ  ଉକ୍ତ କାର୍ଯ୍ୟକ୍ରମକୁ ନାଲି  ଫିତା କାଟି ଉଦ୍ଘାଟନ କରିଥିଲେ | କାର୍ଯ୍ୟକ୍ରମ ଆରମ୍ଭରୁ ଶ୍ରୀ ରନ୍ଧାରୀ ଏବଂ ସଂମ୍ମାନୀୟ ଅତିଥିଭାବେ ଯୋଗ ଦେଇଥିବା ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ ଶ୍ରୀ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଏବଂ ଦୀପ ପ୍ରଜ୍ଜଳନ କରି ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ | ଏହା ପରେ ଶ୍ରୀ ରନ୍ଧାରୀ ଏବଂ ଶ୍ରୀ ନାୟକ ପ୍ରଥମେ ଏକ ଜାମୁକୋଳି ବୃକ୍ଷ ଲଗାଇ ଶୁଭ ଦେଇଥିଲେ | ଆୟୋଜିତ ସଭାରେ ଶ୍ରୀ ରନ୍ଧାରୀ , ଶ୍ରୀ ନାୟକ , ଡାବୁଗାଁ ବ୍ଲକ ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ , ସ୍ଥାନୀୟ ସରପଞ୍ଚ  ଉର୍ମିଳା ମାଝୀ , ସମିତି ସଭ୍ୟ ପ୍ରହଲ୍ଲାଦ ଚଲାଣ , ଜିଲ୍ଲା ପରିଷଦ ସଭ୍ୟ ଯଶବନ୍ତ ନାୟକ , ଖେମରାଜ ବାବୁ , ଏବଂ ଡାବୁଗାଁ ରେଞ୍ଜର ସେତୁ ରଞ୍ଜନୀ ଗମାଙ୍ଗ ମଞ୍ଚାସିନ ହୋଇଥିଲେ | ଏହି ବନମହୋତ୍ସବଟି ବତାସର ବନ ସୁରକ୍ଷା ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା | ଏହି ବନ ସୁରକ୍ଷା ସମିତିର ପ୍ରଚେଷ୍ଟା ରେ ବିଗତ ଦିନମାନଙ୍କରେ ବହୁ ଜାଗାରେ ବୃକ୍ଷ ଲଗାଇ ବନୀକରଣ କରାଯଇଥିବା ଭାରପ୍ରାପ୍ତ ବନପାଳ ସଦା ସାନ୍ତା ସୂଚନା ଦେଇଛନ୍ତି  | ଆଜି ଏହି କାର୍ଯ୍ୟକ୍ରମରେ ବାମନଦେଇ ଗୁଡା ଠାରେ ଦଶ ହେକ୍ଟର ଜାଗାରେ ଦଶ ହଜାର ଚାରା ରପଣ କରାଯାଇଛି ବୋଲି ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି  | ଏହି ଦଶ ହଜାର ଚାରାରେ ମୁଖ୍ୟତଃ ଅର୍ଜୁନ , ବାହାଡା , ଅଁଳା , ବାଲି ଶିଶୁ , ପାହାଡି ଶିଶୁ  , କାଞ୍ଚନ , ଜାମୁକୋଳି , ଗୋଟି ଜାମୁକୋଳି , ଅସନ  , ପିଜୁଳି ଆଦି  ଗଛ ସବୁ ଲଗାଯାଇଥିବା  ଡେପୁଟି ରେଞ୍ଜର ସୁକୁମାର ଦୁକୁ ସୂଚନା ଦେଇଛନ୍ତି | ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ  ବତାସର ବନ ସୁରକ୍ଷା ସମିତିର ସଭାପତି  ସାଧୁରାମ ଗୌଡ଼ , ସମ୍ପାଦକ  ବନସିଂ ପୂଜାରୀ , ବନପାଳ ଧନୁର୍ଜୟ ନାୟକ , ବନରକ୍ଷୀ ରଞ୍ଜିତା ମହାପାତ୍ର, ବନରକ୍ଷୀ  ପୂଜାସ୍ୱାଇଁ  ଯୋଗ ଦେଇଥିଲେ | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More