କଟକ(ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ବାରଙ୍ଗ ବ୍ଲକ କୁରାଙ୍ଗ ଶାସନ ଗ୍ରାମ ସନ୍ତୋଷ କୁମାର ଦାସ ପିତା ନିମାଇଁ ଚରଣ ଦାସ ଆଜକୁ ଆଠ ବର୍ଷ ହେବ ସ୍ତ୍ରୀ ଓ ପୁଅକୁ ଛାଡି ଆରପାରି କୁ ଚାଲିଯାଇଛନ୍ତି।ବୃତ୍ତି ରେ ପୂଜକ।ମନ୍ଦିର ମଠ ଲକଡ଼ାଉନରେ ବନ୍ଦ ଥିବାରୁ ବହୁ କଷ୍ଟରେ ଚଳି ଆସୁଥିଲେ।ଓଳିଏ ଖାଇଲେ ଓଳିଏ ଉପାସ ରୁହନ୍ତି।70 ବର୍ଷୀୟ ମା ଆଖିକୁ ଭଲରେ ଦେଖାଯାଉ ନାହିଁ।25 ବର୍ଷୀୟ ପୁଅ ସନ୍ତୋଷ ମା ର ସାହାରା ହେଉଥିଲା।ପୁଅ ବଜାରକୁ ଯାଇଥିବା ସମୟରେ ଟ୍ରକ ଧକାରେ ରାସ୍ତାରେ ବେହୋସ ହୋଇ ପଡ଼ିଥିଲେ।ସ୍ଥାନୀୟ ଲୋକେ ଅଟୋ ସାହାର୍ଯ୍ୟ ରେ ମହିଧରପଡା ମେଡିକାଲ ନେଇଥିଲେ।ପରେ 108 ସହାର୍ୟ୍ଯ ରେ କଟକ ରେଫର କରିଥିଲେ।ମୁଣ୍ଡ,ଗୋଡ଼,ହାତରେ ଗଭୀର କ୍ଷତ ହୋଇଥିଲା।ଗ୍ରାମବାସୀ ଚାନ୍ଦା କରି ସନ୍ତୋଷର ଚିକିତ୍ସା କରିଥିଲେ। ଏବେ ଘରେ ବୁଢ଼ୀ ମା ,ଆଖିକୁ ଭଲସେ ଦେଖା ଯାଉ ନାହିଁ ତଥାପି ପୁଅର ସେବା କରୁଛନ୍ତି।ପୁଅ ଠିକସେ ଚାଲି ପାରୁ ନାହିଁ।ପୁଅ ମା ର ସାହାରା ହେବା ବଦଳରେ ମା ପୁଅର ସାହାରା ହୋଇଛି।ବଡ଼ ଦୁଖଃ ଘଟଣା ଏପର୍ଯ୍ୟନ୍ତ ସରକାରୀ ଘରଟିଏ ବି ମିଳିନାହିଁ।ଯାହାବି ଅଛି ଅଜବେଷ୍ଟ ଫାଟି ପାଣି ଗଳଛି।ସ୍ଥାନୀୟ ବିଜୟ କୁମାର ସାହୁ ଓ ଗ୍ରାମବାସୀ କିଛି ରାସନ ସାମଗ୍ରୀର ବ୍ୟବସ୍ତା କରିଛନ୍ତି।ପ୍ରଶାସନ ନିକଟରେ70 ବର୍ଷୀୟ ମା ର ଆକୁଳ ନିବେଦନ ଏକମାତ୍ର ପୁଅର ଚିକିତ୍ସା ଓ ଘରର ବ୍ୟବସ୍ଥା କରାଗଲେ ସେ ଉପକୃତ ହେବେ।କଟକ ଜିଲ୍ଲା କଣ୍ଟାପଡା ରୁ ସନ୍ତୋଷ ପ୍ରଧାନ ଓ କ୍ୟାମେରାମାନ ରାଜକିଶୋର ଦାସଙ୍କ ରିପୋର୍ଟ ।