୬୮ତମ ବନ୍ୟଜନ୍ତୁ ସପ୍ତାହ ପାଳିତ

27

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ପାପଡାହାଣ୍ତି ମୃଗବିହାର ପରିସରରେ ବନ୍ୟଜନ୍ତୁ ସପ୍ତାହ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବନ୍ୟଜନ୍ତୁକୁ ସୁରକ୍ଷା କିପରି କରିବା ତାଙ୍କୁ ଆମେ ସୁରକ୍ଷା ଦେବାର ମୂଳ ଉଦ୍ଦେଶ୍ୟ କଣ ରହିଛି I ଆମେ ଦେଖୁଛୁ ଆଜିକାଲି ମଣିଷ ମାନେ ନିଜର ସ୍ୱାର୍ଥ ପାଇଁ ବନ୍ୟପ୍ରାଣୀଙ୍କୁ ମାରି ଦେଉଛନ୍ତି ।କିଛି ପଇସା ଲୋଭ ପାଇଁ ପଶୁ ପକ୍ଷୀଙ୍କ ଶିକାର କରିଥାନ୍ତି ।ଏହାକୁ ରୋକିବା ପାଇଁ ବହୁତ ଜରୁରୀ । ଆମେ ଆଜିକାଲି ଦେଖିଛୁ ବିଭିନ୍ନ ଯାଗାରେ ବାୟୁ ପ୍ରଦୁଷଣ ହେବାର ଲାଗିଛି । ଆଉ ବର୍ଷା ମଧ୍ୟ ବହୁତ କମ ହେଉଛି। ଚାଷୀମାନେ ସମସ୍ତେ ଲୋକେ ଏହା ଲାଗି ହଇରାଣ ହେଉ ଅଛନ୍ତି । ଏହାଦ୍ୱାରା ବନ୍ୟପ୍ରାଣି, ବନ୍ୟଜନ୍ତୁ କୁ ସୁରକ୍ଷା କରିବା ବହୁତ ଜରୁରୀ । ବନ୍ୟଜନ୍ତୁ ସୁରକ୍ଷା ଓ ପ୍ରାଣୀ ପ୍ରତି ଭଲ କାର୍ଯ ପାଇଁ ସୁନିଲ କୁମାର ବେହେରାଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ବିଜୁ ପଟ୍ଟନାୟକ ଆୱାର୍ଡର ମାନପତ୍ର ସହ ୫୦୦୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ,ସହକାରୀ ବନ ସଂରକ୍ଷକ ଧନୁର୍ଜୟ ମହାପାତ୍ର, ଡାବୁଗାଁ ବିଧାୟକ ମନୋହର ରନ୍ଧାରି ,ପାପଡାହାଣ୍ଡି ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରାଙ୍କ ସହ ସମସ୍ତ ଜିଲ୍ଲାର ପ୍ରତି ବ୍ଲକ ବନାଞ୍ଚଳ ଅଧିକାରୀ ଉପସ୍ଥିତ ରହିଥିଲେ।ଏବଂ ବିଭିନ୍ନ ଅଞ୍ଚଳର ବନ ସୁରକ୍ଷା ସମିତି ର କର୍ମକର୍ତ୍ତା ମଧ୍ୟ ଯୋଗ ଦେଇଥିଲେ । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More