୬୬୨ବର୍ଗ ଅଧ୍ୟାପକ ଓ କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

12

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : -ଜଗତସିଂହପୁର 662ବର୍ଗ ଅଧ୍ୟାପକ କର୍ମଚାରୀ ସଂଘ ପକ୍ଷରୁ ସମାନ କାମକୁ ସମାନ ଦରମା,୨୦୧୮ ଜିଓ ଅନ୍ତର୍ଭୁକ୍ତ କର୍ମଚାରୀ ସପ୍ତମ ବେତନ କମିଶନ ଅନୁସାରେ ଦରମା ପ୍ରଦାନ,ଅବସର ପରେ ପେନସନ ଲାଗୁ କରିବା ଦାବି ନେଇ ୬୬୨ ବର୍ଗ କଲେଜ ଅଧ୍ୟାପକ ଓ କର୍ମଚାରୀ ମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଛନ୍ତି। ଜଗତସିଂହପୁର ଜିଲ୍ଲା ୬୬୨ ବର୍ଗ କଲେଜ ଅଧ୍ୟାପକ ଅଧ୍ୟାପିକ ଓ କର୍ମଚାରୀମାନେ ଜିଲ୍ଲା ସଭାପତି ସୁକାନ୍ତ କୁମାର ମହାନ୍ତି ଓ ସାଧାରଣ ସମ୍ପାଦକ ସୁଧୀର କୁମାର ମହାନ୍ତିଙ୍କ ନେତୃତ୍ୱରେ କଲେଜଛକ ଗଣେଶ ମନ୍ଦିର ନିକଟରୁ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଞ୍ଚି ପ୍ରତିବାଦ ସଭା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।୬୬୨ ବର୍ଗ ରାଜ୍ୟ ସଂଘ ଡ଼ାକରାରେ ଦୀର୍ଘ ୧୫୦ ଦିନ ହେବ ଲୋୟର ପିଏମଜିରେ ଧାରଣା ଦେବା ପରେ ସରକାର କର୍ଣ୍ଣପାତ ନକରିବାରୁ ଆଜି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଚରମ ଦାବୀ ପତ୍ର ପ୍ରଦାନ କରାଯାଉଛି । ଯଦି ସରକାର ଜୁଲାଇ ୨୦ ତାରିଖ ମଧ୍ୟରେ ଏହାର ସମାଧାନ ନହୁଏ ତେବେ କଲେଜ ବନ୍ଦ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି 662ବର୍ଗ କଲେଜ ସଙ୍ଘ । ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଂଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More