୬୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

12

Get real time updates directly on you device, subscribe now.

ଆଠଗଡ଼(ସଂଘର୍ଷ ମିଡିଆ) : – ଆଠଗଡ଼ ଅବକାରୀ ବିଭାଗ ପକ୍ଷରୁ ନରସିଂହପୁର ଥାନ ଅନ୍ତର୍ଗତ ବାଗଧରିଆ ଛକ ଠାରେ ଚଢ଼ାଉ ୬୦ କେଜି ଗଞ୍ଜେଇ ସହିତ କାର ଓ ଜଣେ ଗିରଫ ସେହିପରି ଆଠଗଡ଼ ଥାନା ଅନ୍ତର୍ଗତ ଅଂଶୁପା ରାସ୍ତାର ତାରିଣୀ ଛକ ଠାରେ ଚଢ଼ାଉ କରି ୩୬୦ ଲିଟର ଦେଶୀମଦ ବୋଲେରୋ ଗାଡ଼ି ସହିତ ଜଣେ ଗିରଫ ହୋଇଥିବା ଜଣାପଡିଛି।ଆଜି ଏକ ବିଶେଷ ସୂତ୍ରରୁ ଖବର ପାଇ ଆଠଗଡ ଅବକାରୀ ବିଭାଗ ନରସିଂହପୁର ଥାନା ବାଗଧରିଆ ଛକ ଠାରେ ଚଢ଼ାଉ କରିଥିଲା। ଫୁଲବାଣୀରୁ ପଶ୍ଚିମବଙ୍ଗ ଯାଉଥିବା ଏକ ସ୍ବିଫ୍ଟ ଡିଜେଆର କାରକୁ ଅଟକାଇଥିଲେ କିନ୍ତୁ କାର ମଧ୍ୟରେ ଥିବା ଗଞ୍ଜେଇ ମାଫିଆ ଡୋର ନ ଖୋଲିବାରୁ ଅବକାରୀ ବିଭାଗ କର୍ମଚାରୀ ମାନେ କାରର କାଚ ଭାଙ୍ଗି ଗଞ୍ଜେଇ ମାଫିଆକୁ କାବୁ କରିବା ସହିତ ୬୦ କେଜି ଗଞ୍ଜେଇ ଓ କାରକୁ ଜବତ କରିଥିଲେ।ତେବେ ଅନ୍ୟ ତିନିଜଣ ଫେରାର ହୋଇଯାଇଥିବା ଜଣାପଡ଼ିଛି। ସେହିପରି ଆଠଗଡ଼ ଥାନା ଅନ୍ତର୍ଗତ ଅଂଶୁପା ତାରେଣୀ ଛକ ଠାରେ ଅବକାରୀ ବିଭାଗ ଚଢ଼ାଉ କରି ୩୬୦ ଲିଟର ଦେଶୀମଦ ସହିତ ଜଣେ ଦେଶୀ ମଦ ମାଫିଆକୁ ଗିରଫ କରିଛି ଅବକାରୀ ବିଭାଗ।ଗିରଫ ହୋଇଥିବା ଗଞ୍ଜେଇ ମାଫିଆ ଜଣଙ୍କ ଘର ନୟାଗଡ ଜିଲ୍ଲା ଶରଣକୁଳ ଅଞ୍ଚଳର ମାନସ ପ୍ରଧାନ ଓ ଦେଶୀମଦ ମାଫିଆ ଜଣଙ୍କ ହେଲେ ଢେଙ୍କାନାଳ ଜିଲ୍ଲା ସିଆରିଆ ଗ୍ରାମର ବୋଲି ଜଣାପଡ଼ିଛି। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଠଗଡ଼ ଅବକାରୀ ଡେପୁଟି ସୁପରିଟେଣ୍ଡେଣ୍ଟ ପ୍ରମୋଦ କୁମାର ପଣ୍ଡା ସୂଚନା ଦେଇଛନ୍ତି।ତେବେ ଏଠି ପ୍ରଶ୍ନ ଉଠୁଛି ନରସିଂହପୁରରେ ଅବକାରୀ ବିଭାଗ କରୁଛି କଣ??? କେବଳ ଗୋଟିଏ ଘର ଭଡା ନେଇ ଖଟ ଟେ ପକାଇଦେଇ ଶୋଇବା ନୀତି କରିବା ଛଡା ଆଉ କିଛି ନାହିଁ ।ସରକାର ଏମାନଙ୍କୁ ଦରମା ଦେଇ ପୋଷିବ ନା ଏମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବା କଥା ତାହା ଆଲୋଚନା ଚାଲିଛି । ବାଲିଝରି ଠାରୁ କମଳା ଡିହ ଭିତରେ ସହ ସହ ହୋଟେଲ ଖୋଲି ମଦ ବେପାର ହେଉଛି । ଏମାନେ କୁଆଡେ କହି ବୁଲୁଛନ୍ତି ଆମେ ମାସିକିଆ ବଟି ଦେଉଛୁ ବେପାର କରୁଚୁ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More