୬ଦିନ ଧରି ବାହ୍ୟ ଜଗତରୁ ବିଚ୍ଛିନ୍ନ କଣାସ ବ୍ଲକର ସାହୁପଡ଼ା, ବକୁ ଓ କାଦୁଆ ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମ

16

Get real time updates directly on you device, subscribe now.

ପୁରୀ (ସଂଘର୍ଷ ମିଡିଆ ) : ପୁରୀ ଜିଲା କଣାସ ବ୍ଲକ ଅନ୍ତର୍ଗତ ସାହୁପଡ଼ା, ବାକୁ ଓ କାଦୁଆ ପଞ୍ଚାୟତର ବିଭିନ୍ନ ଗ୍ରାମ ଗତ ୬ଦିନ ଧରି ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଛି। ଗ୍ରାମ ଚାରିପାଖରେ ବନ୍ୟାଜଳ ୪ ରୁ ୫ଫୁଟ୍‍ ଉଚ୍ଚତାରେ ପ୍ରବାହିତ ହେଉଛି। ପାହିଲୁଣ୍ଡି ଠାରେ ମକରା ନଦୀ ବନ୍ଧରେ ଘାଇ ହେବା ଫଳରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ସାହୁପଦ ପଞ୍ଚାୟତର ଅଞ୍ଜିରା , ବାଲିପଡା, ଶିରିଆପଡା, ସାହୁପଡା, ବନ୍ଧମୁଣ୍ଡା ଆଦି ଗ୍ରାମ ପ୍ରଭାବିତ ହୋଇଥିବା ବେଳେ ଗତ ୧୭ ତାରିଖରୁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସେହିପରି କାଦୁଆ ପଞ୍ଚାୟତର ସୁନାଖଳା ଓ ଭାଟପଡ଼ା ଗ୍ରାମ ଏବେବି ବାହ୍ୟ ଜଗତରୁ ବିଚ୍ଛିନ୍ନ ଅଛି । ସେହିପରି ବକୁ ପଞ୍ଚାୟତର ଶିରିପୂର ଗ୍ରାମ ଏବେବି ବାହ୍ୟ ଜଗତରୁ ବିଚ୍ଛିନ୍ନ ଅଛି । ଘରେ ବନ୍ୟାଜଳ ପଶିବା ଫଳରେ ଘର ମଧ୍ୟରେ ଥିବା ଧାନ, ଚାଉଳ ଆଦି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବନ୍ୟାଜଳ ପ୍ରବାହିତ ହେଉଛି। ଗ୍ରାମର ଚାରିପାଖରେ ଦୀର୍ଘ ଅଞ୍ଚଳ ପର୍ଯ୍ୟନ୍ତ ବନ୍ୟାଜଳ ଘେରି ରହିଛି। ଯୁଆଡେ ଚାହିଁଲେ କେବଳ ପାଣି ହିଁ ପାଣି ଦିଶୁଥିବା ବେଳେ ଏହା ଚିଲିକାର ଭ୍ରମ ସୃଷ୍ଟି କରୁଛି। ଏହି ବନ୍ୟା ଯୋଗୁଁ ଚାଷଜମି, ରାସ୍ତା, ପୋଖରୀ ସବୁ ଏକାକାର ହୋଇଛି। ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଥିବା ଏହି ଗ୍ରାମର ଅଧିବାସୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆ ଯାଉଛି । ପ୍ରବଳ ବନ୍ୟା ସତ୍ତ୍ବେ ଲୋକମାନେ ନିଜର ଗୃହପାଳିତ ପଶୁପକ୍ଷୀଙ୍କୁ ନେଇ ଗ୍ରାମରେ ଆଜି ବି ପଡି ରହିଛନ୍ତି । ବନ୍ୟା ଯୋଗୁଁ ବିଷଧର ସାପଙ୍କ ଭୟ ସୃଷ୍ଟି ହୋଇଛି । ପାଣି ଘେରରେ ଥିବା ଗ୍ରାମରେ ସନ୍ଧ୍ୟା ନଇଁଲେ ଅଜଣା ଭୟ ମାଡି ଆସୁଛି। ବନ୍ୟା ପାଇଁ ଚଳଚଞ୍ଚଳ ଥିବା ଗ୍ରାମଗୁଡିକ ଆଜି ଅଜଣା ଭୟରେ ସମ୍ପୂର୍ଣ ସୁନସାନ । ବ୍ୟୁରୋ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More