୬କ୍ଵିଣ୍ଟାଲ ୬୦କେଜି ଗଞ୍ଜେଇ ଜବତ କଲା କଣ୍ଟାମାଳ ପୋଲିସ

12

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ): – ବୌଦ୍ଧ ଜିଲ୍ଲା କଣ୍ଟାମାଳ ପୋଲିସ ଚଢ଼ାଉ କରି ୬କ୍ଵିଣ୍ଟାଲ ୬୦କେଜି ଗଞ୍ଜେଇ ଜବତ କରିଥିବା ଜଣା ପଡ଼ିଛି | ସୂଚନା ଅନୁସାରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବୌଦ୍ଧ ଏସ ପି ରାଜ ପ୍ରସାଦଙ୍କ ନିର୍ଦ୍ଦେଶ କ୍ରମେ କଣ୍ଟାମାଳ ଥାନା ଅଧିକାରୀ ନଳିନୀକାନ୍ତ ଦାସଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଖଲିଆପାଲି ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲରେ ଚଢ଼ାଉ କରି ଥିଲେ | ଗାଡ଼ିରେ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ପୋଲିସ୍ ମାଡ଼ି ବସିଥିଲା | ପୋଲିସକୁ ଦେଖି ମାଫିଆ ମାନେ ଘଟଣା ସ୍ଥଳରୁ ଫେରାର ମାରିଥିଲେ | ସେମାନଙ୍କ ନିକଟରୁ ପୋଲିସ ୬କ୍ଵିଣ୍ଟାଲ ୬୦କେଜି ଗଞ୍ଜେଇ ଜବତ କରିଛି | ଏ ସମ୍ପର୍କରେ କଣ୍ଟାମାଳ ଥାନାରେ ୯୧/୨୩ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ଥିବା ବେଳେ ଗଞ୍ଜେଇ ମାଫିଆଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଜଣା ପଡ଼ିଛି | ଅନ୍ୟପଟେ ଚଳିତ ବର୍ଷ ଜାନୁଆରୀ ବର୍ତ୍ତମାନ ସୁଦ୍ଧା ୮୮ କ୍ଵିଣ୍ଟାଲ ୭କେଜି ଗଞ୍ଜେଇ ଜବତ କରାଯାଇଥିବା ବେଳେ ୧୮ ଗୋଟି ଗଞ୍ଜେଇ ମାମଲା ପଞ୍ଜୀକୃତ ହୋଇଥିବା ଥାନା ଅଧିକାରୀ ନଳିନୀକାନ୍ତ ଦାସ ସୂଚନା ଦେଇଛନ୍ତି |ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ .

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More