୫ ଦଫା ଦାବି ନେଇ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ବିଶାଳ ବିକ୍ଷୋଭ ଶୋଭାଯାତ୍ରା

19

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) : – ଜିଲ୍ଲା ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୫ଦଫା ଦାବୀ ନେଇ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରା ସହ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାର ପ୍ରତ୍ୟେକ ବ୍ଲକର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସରକାରଙ୍କ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ନ୍ୟାର୍ଯ୍ୟ ଅଧିକାରକୁ ଅଣଦେଖା କରିଥିବାକୁ ନେଇ ତୀବ୍ର ବିରୋଧ ପ୍ରଦର୍ଶନ କରିଛନ୍ତି । ସେମାନଙ୍କୁ ଦୀର୍ଘ ଦିନ ଧରି ସେମାନଙ୍କର ଚାକିରି ସର୍ତ୍ତାବଳୀକୁ ସଠିକ ଭାବରେ ପ୍ରଣୟନ ନକରି ବିଭିନ୍ନ ସୁବିଧା ସୁଯୋଗରୁ ବଞ୍ଚିତ କରି ରଖିଛନ୍ତି ।ଏସବୁ ବିରୁଦ୍ଧ ରେ ଜିଲ୍ଲାର ସହସ୍ରାଧିକ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଆଜି ଏକ ବିଶାଳ ଶୋଭାଯାତ୍ରାରେ ରୟାଲ ପଡିଆ ଠାରୁ ବାହାରି ଦୀର୍ଘ ୬ କିଲୋମିଟର ନଗର ପରିକ୍ରମା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଥିଲେ ଓ ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯ ରେ ଏକ ପାଞ୍ଚ ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେଙ୍କୁ ପ୍ରଦାନ କରିଥିଲେ । ପାଞ୍ଚ ଦଫା ଦାବି ମଧ୍ୟରେ ୨୦୦୧ରୁ ନିଯୁକ୍ତ ସମସ୍ତ ଶିକ୍ଷା ସହାୟକ/ କନିଷ୍ଠ ଶିକ୍ଷକମାନଙ୍କୁ ଛଅ ବର୍ଷ ନିୟମିତ କରାଯିବା ସହ ଛଅଟି ଇନକ୍ରିମେଣ୍ଟ ପ୍ରଦାନ ଓ ପ୍ରାଥମିକ ଶିକ୍ଷକ ମାନଙ୍କ କ୍ଷେତ୍ର ରେ ଚୁକ୍ତି ଭିତ୍ତିକ ନିଯୁକ୍ତି ଉଚ୍ଛେଦ,ନୂତନ ପେନସନ ନିୟମ ଉଚ୍ଛେଦ କରି ସମସ୍ତ ଙ୍କୁ ପୂରୂଣା ପଦ୍ଧତିରେ ପେନସନ ପ୍ରଦାନ,ଏକ୍ସ କେଡର ଗଣଶିକ୍ଷକ ମାନଙ୍କୁ ନିୟମିତ ପ୍ରାଥମିକ ଶିକ୍ଷକ ମାନ୍ୟତା,୨୮୦୦ ଗ୍ରେଡ ପେ ପ୍ରଦାନ,ଓ ଶିକ୍ଷା ସହାୟକ ଅବଧିକୁ ନିୟମିତ ଶିକ୍ଷକ ରୂପେ ଗଣନା ଆଦି ରହିଥିଲା ।ଜିଲ୍ଲା ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଆୟୋଜିତ ଏହି ଆନ୍ଦୋଳନ କୁ ପୁର୍ବତନ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ପୁରୋହିତ,ଅବସର ପ୍ରାପ୍ତ ସେକସନ୍ ଅଫିସର ପଟ୍ଟନାୟକ, ପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ଜ୍ଯୋତିରଞ୍ଜନ ବହିଦାର ,ଅବସରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ରାଜେନ୍ଦ୍ର କୁମାର ମିଶ୍ର ପ୍ରମୁଖ ସଂବୋଧିତ କରିଥିଲେ। ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More