୫ ଡକାୟତ ଗିରଫ, ମାରଣାସ୍ତ୍ର ଜବତ

12

Get real time updates directly on you device, subscribe now.

ପୁରୀ (ସଂଘର୍ଷ ମିଡିଆ) : – ପୁରୀ ସରକାରୀ ଆଇ.ଟି.ଆଇ କଲେଜ ନିକଟରେ ଡକାୟତି ଯୋଜନା କରୁଥିବା ୫ଜଣ ଦୁର୍ବୃତ୍ତଙ୍କୁ ସମୁଦ୍ରକୂଳ ଥାନା ଗିରଫ କରିଛି । ସେମାନେ ହେଲେ ଚନ୍ଦନପୁର ଥାନା ଅନ୍ତର୍ଗତ ବଳଭଦ୍ରପୁରର ସୁରେଶ କୁମାର ଦାଶ ଓରଫ ତାଇସନ୍‌(୩୭), କୁମ୍ଭାରପଡା ଥାନା ଅନ୍ତର୍ଗତ ଘୋଡ଼ାବଜାରର ଏସ୍‌.ସନ୍ତୋଷ ରେଡ୍ଡି(୨୬), ସମୁଦ୍ରକୂଳ ଥାନା ଅନ୍ତର୍ଗତ ପେଣ୍ଠକଟା ବେହେରା ସାହିର ମହେନ୍ଦ୍ର ସାହୁ ଓରଫ ଆତଙ୍କ ମୁନା(୨୫), ସାଲବେଗ ବସ୍ତିର ମଣ୍ଟୁ ଜାଲି(୨୫), ବାଲିନୋଳିଆ ସାହି ରତ୍ନାକର ରୋଡ଼ର ବି. ବିଶ୍ୱନାଥ ରାଓ(୨୬) । ଏମାନଙ୍କ ଠାରୁ ଗୋଟିଏ ଖଣ୍ଡା, ଗୋଟିଏ ଛୁରି, ଗୋଟିଏ ହାତୁଡ଼ି, ଛେଣୀ, ଲଙ୍କାଗୁଣ୍ଡ ପ୍ୟାକେଟ୍‌ ଜବତ ହୋଇଛି । ଏନେଇ ସମୁଦ୍ର କୂଳ ଥାନା ଏକ ମାମଲା(ନଂ-୧୯୬/୨୩) ରୁଜୁ କରି ଅଭିଯୁକ୍ତମାନଙ୍କୁ ବୁଧବାର କୋର୍ଟ ଚାଲାଣ କରିଛି । ଜାମିନ ଖାରଜ ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏନେଇ ସମୁଦ୍ରକୂଳ ଥାନା ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More