ଯାଜପୁର ( ସଂଘର୍ଷ ମିଡିଆ ) : ଗତକାଲି ଯାଜପୁର ଜିଲାର ୫ କରୋନା ଆକ୍ରନ୍ତ ଚିହ୍ନଟ ହେବାପରେ ଜିଲାପ୍ରଶାସନ ପକ୍ଷରୁ କଟକଣାକୁ ବଢାଇ ଦିଆଯାଇଛି । ଏଥି ସହିତ ଜିଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଅଞ୍ଚଳକୁ ମଧ୍ୟ ବୃଦ୍ଧି କରାଯାଇଛି । ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲା ପ୍ରଶାସନ ଚିନ୍ତା ବଢାଇଦେଇଛି । ଗତକାଲି ଚିହ୍ନଟ ହୋଇଥିବା ୫ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ଠାବ କରାଯିବା ସହ ୩ ଟି ପଞ୍ଚାୟତର ୧୩ ଗାଁକୁ ଜିଲାପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।