୫୬ତମ କୁମାର ଉତ୍ସବ ଉଦଯାପିତ

26

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ତିନିଦିନ ଧରି ଚାଲିଥିବା ୫୬ତମ କୁମାର ଉତ୍ସବ ଉଦଯାପିତ ହୋଇଛି। ଶେଷ ସଂନ୍ଧ୍ୟାରେ ଦର୍ଶକଙ୍କୁ ନଚାଇଥିଲେ ବଲିଉଡ୍ କଣ୍ଠଶିଳ୍ପୀ ବିନୋଦ ରାଠୋର। ବିନୋଦଙ୍କ ଗୋଟିଏ ପରେ ଗୋଟିଏ ହିଟ୍ ଗୀତର ତାଳେ ତାଳେ ଦର୍ଶକ ତଥା ଯୁବ ଗୋଷ୍ଠୀକୁ ଝୁମିବା ସହ ନାଚିଥିଲେ। ଏହି ଅବସରରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।‌ ପୁରୀ କୁମାର ଉତ୍ସବ ସମିତି ଆନୁକୁଲ୍ୟରେ ଶରଧାବାଲିରେ ତିନି ଦିନ ଧରି ଚାଲିଥିବା ୫୬ତମ କୁମାର ଉତ୍ସବ ଉଦଯାପିତ ହୋଇଛି। ଉଦଯାପନୀ ସଂନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲେ ବଲିଉଡ୍ କଣ୍ଠଶିଳ୍ପୀ ବିନୋଦ ରାଠୋର। ନାୟକ ନେହିଁ ଖଳନାୟକ ହୁଁ ମେ, ମୁନା ଭାଇ ଏମବିବିଏସ୍, ମୋ ଆଗରେ ଅଛି ଜଗା, ବାଳୁଙ୍ଗା ଟୋକା, ଛୁପାନା ଭି ନେହିଁ ଆତା, କୋଇନା କୋଇ ଚାହିୟେ ପ୍ୟାର କରନେ ଓ୍ବାଲା ଗୀତ ଗାଇ ଦର୍ଶକଙ୍କୁ ମତୁଆଲା କରାଇଥିଲେ ବିନୋଦ୍ ରାଠୋର। ଉଦଯାପନୀ ସଂନ୍ଧ୍ୟାରେ ଆଇଟିଡିସି ଅଧ୍ୟକ୍ଷ ସମ୍ବିତ୍ ପାତ୍ର, ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ, ସମାଜସେବୀ ଉପାସନା ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ତଥା ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ସଭାପତି ବିଭୂପ୍ରସାଦ ତ୍ରିପାଠୀ, କାର୍ଯ୍ୟକାରୀ ସଭାପତି ରାଜେଶ କୁମାର ମିଶ୍ର, ଚକ୍ରଧର ମହାପାତ୍ର, ଅମରେନ୍ଦ୍ର ପାଇକରାୟ, ମନୋଜ ରଥ ଏବଂ କୁମାର ଉତ୍ସବ ସମିତିର ସାଧାରଣ ସମ୍ପାଦକ ସ୍ବାଧିନ କୁମାର ପଣ୍ଡା କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ନାଟ୍ୟ ନିର୍ଦ୍ଦେଶକ ରବି ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ନାରାୟଣ ପ୍ରସାଦ ସିଂହ ଏବଂ ନୀତା ଫୁଟବଲ୍ ଏକାଡେମୀକୁ ଅନୁଷ୍ଠାନ ପକ୍ଷରୁ ଅତିଥିମାନଙ୍କ ଦ୍ବାରା ସମ୍ମାନିତ କରାଯାଇଥିଲା। ଉଦଯାପନୀ ସଂନ୍ଧ୍ୟାରେ ପୀୟୁଷ ପଟ୍ଟନାୟକ, ଶ୍ୟାମପ୍ରକାଶ ସେନାପତି ଓ ଭରତ ନାୟକ ମଞ୍ଚ ପରିଚାଳନା କରିଥିଲେ। ସେହିପରି କୁମାର ଉତ୍ସବ ସମିତିର ସଦସ୍ୟ ଓ ସଦସ୍ୟା ମାନେ ସହଯୋଗ କରିଥିବା ବେଳେ ଅନୁଷ୍ଠାନର ସାଧାରଣ ସମ୍ପାଦକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More