୫୫ବସ୍ତା ମହୁଲ ଫୁଲ ସହ ମିନି ଟ୍ରକ ଜବତ , ଡ୍ରାଇଭର ଗିରଫ

12

Get real time updates directly on you device, subscribe now.

ମାଲକାନଗିରି (ସଂଘର୍ଷ ମିଡିଆ) : – ମାଲକାନଗିରି ଜିଲ୍ଲା ପାଳ ଓ ଅବକାରୀ ଅଧ୍ୟକ୍ଷକ ମାଲକାନଗିରିଙ୍କ ନିର୍ଦେଶ କ୍ରମେ, ମାଥିଲି ଥାନା ଅନ୍ତର୍ଗତ କିଆଙ୍ଗ ନଦୀ ପୋଲ ଅଂଚଳରେ ପାଇଁରା କରୁଥିବା ସମୟରେ ଏକ ଟାଟା ମିନି ଟ୍ରକ OR.30.2069କୁ ଯାଞ୍ଚ କରିବାରୁ 55 ବସ୍ତା ମହୁଲ ଫୁଲ ମୋଟ 19କୁଣ୍ଟାଲ 25kg ଜବତ କରାଗଲା । ଏ ସଂକ୍ରାନ୍ତରେ ଗାଡି ଚାଳକ ସୁରେଶ ପୂଜାରୀ, ମାଥିଲି ଉପର ସାହିଙ୍କୁ ଅବକାରୀ ଧାରା 52(9)ରେ ଗିରଫ କରାଯାଇ କୋର୍ଟଚାଳନ କରାଗଲା । ଏହି ଚଡାଉ ରେ ମାଲକାନଗିରି ଅବକାରୀ ନିରୀକ୍ଷକ ଉଦେଲାଲ ନାୟକ, ମାଥିଲି OIC ରବୀନ୍ଦ୍ର ନାଥ ପ୍ରଧାନ, ASI ପ୍ରଦିନ ନାୟକ, ASI ଜେମ୍ସ ମାଲକୁମ ସାହୁ, ସୁରେନ୍ଦ୍ର ମାଢି ଓ ଅନ୍ୟ ଅବକାରୀ ବିଭାଗ ଉପସ୍ଥିତ ଥିଲେ, କେସ ନମ୍ବର PR ନମ୍ବର 03/2023-2024 ହୋଇଥିବା ମାଲକାନଗିରି ଅବକାରୀ ନିରୀକ୍ଷକ ଉଦେଲାଲ ନାୟକ ଜଣାଇଛନ୍ତି । ମାଲକାନଗିରିରୁ ଅବଦୁଲ ଗାନିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More