୫୪ତମ କାଳୀପୂଜା ଅବସରରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

14

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) :- ସୋନପୁରର ୫୪ ତମ ସର୍ବଜନୀନ କାଳୀପୂଜା ମହୋତ୍ସବ ୨୦୨୨ ଅବସରରେ ଆଜି ମଝିପଡ଼ା ରାମଧୁନ କ୍ଲବ ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା l ପୂଜା କମିଟିର ଉପଦେଷ୍ଟା ତଥା ପ୍ରାକ୍ତନ ପୌର ଅଧ୍ୟକ୍ଷ କଈରୁ ସ୍ୱାଇଁଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀ ସଭାକୁ ରାମଧୁନ କ୍ଲବ ସମ୍ପାଦକ ବିକାଶ ପଣ୍ଡା ସଂଯୋଜନା କରିଥିଲେ l ପୂଜା କମିଟି ସଭାପତି ସୁରଜ ସାହୁ, ସମ୍ପାଦକ ପୂରଣ ନାଏକ, କୋଷାଧ୍ୟ୍ୟକ୍ଷ ରାଜୀବ ସାହୁ, କମିଟି ର ବରିଷ୍ଠ ସଦସ୍ୟ ମାଧବ ଦାସ, ଜଗତବନ୍ଧୁ ତ୍ରିପାଠୀ, ହରିନାରାୟଣ ସାହୁ, ପିୟୁଷ ପଣ୍ଡା, ଲଡ଼ୁ କିଶୋର ମଲ୍ଲିକ, ଶେଷ ଦେବ ମେହେର, ଓ ଭକ୍ତି ରଞ୍ଜନ ଦଳାଇ, ମିଡ଼ିଆ କୋଡିନେଟର ମନୋରଞ୍ଜନ ତ୍ରିପାଠୀ ପ୍ରମୁଖ ମଂଚାସୀନ ସମସ୍ତ କର୍ମକର୍ତା ଏବର୍ଷ ମାଙ୍କ ପୂଜାକୁ କିଭଳି ଭାବେ ଆକର୍ଷଣୀୟ କରାଯିବ ଏବଂ ଶୁଙ୍ଖଳା ସହ ପରିଚାଳନା କରାଯିବ ସେ ନେଇ ନିଜ ନିଜର ମତାମତ ରଖିଥିଲେ l ଏବଂ ପୂଜାର ପ୍ରତ୍ୟୋକ କାର୍ଯ୍ୟକ୍ରମକୁ ବହୁଳ ପ୍ରଚାର ପ୍ରସାର କରି ବିଭିନ୍ନ ପରାମର୍ଶ ଦେବାକୁ ଅନୁରୋଧ କରିଥିଲେ l ପ୍ରତ୍ୟହ ସନ୍ଧ୍ୟା ଆଳତୀ ଖୁବ ଆକର୍ଷଣ ଓ ଦୀର୍ଘ 50 ବର୍ଷ ପୂର୍ବରୁ ହିନ୍ଦୁ ମୁସଲିମ ଉଭୟ ସମ୍ପ୍ରଦାୟର ଲୋକେ ଏପୂଜାରେ ସାମିଲ ହୋଇ ସାରା ଭାରତ ରେ ସର୍ବ ଧର୍ମ ସାମ୍ମନ୍ୱୟ, ଏକତା ଓ ଭାଇଚାରାର ବାର୍ତ୍ତା ପହଞ୍ଚାଉଥିବା ଏହି ପୂଜାର ଏକ ବିଶେଷତ୍ୱ ଅଟେ l ଆସନ୍ତା କାଲି ସୋମବାର ମଧ୍ୟ ରାତ୍ରି ଠାରୁ ମା କାଳୀଙ୍କ ପୂଜା ଆରମ୍ଭ କରାଯାଇ ଆସନ୍ତା 1 ତାରିଖ ଠାରୁ 7 ତାରିଖ ଯାଏ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ 8 ତାରିଖ ଦିନ ଭସାଣି ଉତ୍ସବ ଧୁମ ଧାମରେ ପାଳନ କରାଯିବ ବୋଲି ଉପଦେଷ୍ଟା ଶ୍ରୀ ସ୍ୱାଇଁଙ୍କ ଠାରୁ ପ୍ରକାଶ । ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More