ନବରଙ୍ଗପୁର (ସଂଘର୍ଷ ମିଡିଆ ) : -ନବରଙ୍ଗପୁର ଜିଲ୍ଲା ଉମରକୋଟ ବନବିଭାଗ ତରଫରୁ ୫୨ଟି କଇଁଚ ଜବତ ହୋଇଛି ଓ ଦୁଇ ଜଣ ଗିରଫ ହୋଇଛନ୍ତି ।ଉମରକୋଟ ବାନାଞ୍ଚଳ ଅଧିକାରୀଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ V1-ବିଶେଷ ସୂତ୍ରରୁ ଖବର ପାଇ ଉମରକୋଟ ବନବିଭାଗ ପକ୍ଷରୁ ଦୁଇ କଇଁଚ ବେପାରୀଙ୍କୁ ଧରିବାରେ ସଫଳ ହୋଇଛନ୍ତି। ଅଭିଯୁକ୍ତ ଦୁଇ ଜଣ ହେଲେ ରାଇଘର ବ୍ଲକ କୁମୁଲି (ୟୁଆରଭି ୫୦) ଗ୍ରାମର ରୋହିଦାସ ବଣିକ(୫୫), ପରମାନନ୍ଦ ବାଉଲି(୪୨)। ୫୨ଟି କଇଁଚକୁ ଏମାନେ ଦୁଇଟି ଅଖା ସୁତାରେ ଭର୍ତ୍ତି କରି ବାଇକ ସାହାଯ୍ୟରେ ରାଇଘର ବ୍ଲକ ସରଗୁଲି(ୟୁଆରଭି ୨୪) ନଂ ଗ୍ରାମରେ ବିକ୍ରି କରିବାକୁ ଆଣିଥିଲେ। ଏମାନଙ୍କୁ ବିଷୟରେ ବନବିଭାଗ ପାଖରେ ବହୁଆଗରୁ ଖବର ଥିଲା। କିନ୍ତୁ ପ୍ରମାଣ ନଥିବା ଯୋଗୁଁ ଏମାନଙ୍କୁ ଧରିପାରୁ ନଥିଲେ ବନବିଭାଗ।ଏମାନଙ୍କୁ ବହୁଦିନରୁ ବନବିଭାଗ ନଜର ରଖି ଆସୁଥିଲେ, ଆଜି ପ୍ରମାଣ ସହିତ ଧରିଛନ୍ତି। ଏମାନଙ୍କୁ ପାଖରୁ ଗୋଟାଏ ବାଇକ ଦୁଇଟି ଫୋନ୍ ଓ ଗୋଟିଏ ଓଜନ କରିବା ମେସିନ ଜବତ କରାଯାଇଛି। ଏହି ଚଢାଉରେ ଉମରକୋଟ ରେଞ୍ଜର ପୁର୍ଣ୍ଣଚନ୍ଦ୍ର ନାୟକ,ଖଡକା ବନପାଳ ହରିହର ବ୍ରହ୍ମା,ଏ ମନୋଜ ,ୱ।ଇଲିଡ ଲାଇଫ୍ ରେସ୍କିୟୁ ବନରକ୍ଷୀ ସୁଧିର ପଟ୍ଟନାୟକ,ପାରାଷ୍ଟାପ ଗଣେଶ ରାଜଗଣ୍ଡ,ଏଏସଏସ ସନ୍ତୋଷ ଭତ୍ରା, କୃଷ୍ଣ ଚାଲାଣ ସାମିଲ ଥିଲେ।ଓଆର ନଂ ୩୮/୨୨୨୩ ଧାର ୫୬ ଅନୁଯାୟୀ ଅଭିଯୁକ୍ତ ଦୁଇଙ୍କୁ କୋର୍ଟ ଚାଲାଣ କରାଯାଇଛି ।