୫୦ କୋଟି ଟଙ୍କାର ନିର୍ମାଣ ହୋଇଥିବା କୀସ ସ୍କୁଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

29

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ ) : – ଶିକ୍ଷା କ୍ଷେତ୍ରେରେ ଦୁଇ ପାଦ ଆଘକୁ ବଢ଼ିବେ ଆଦିବାସୀ।ବିନା ମୂଲ୍ୟରେ ଉନ୍ନତ ମାନର ଶିକ୍ଷା ପାଇଁ ଆବାସିକ ସ୍କୁଲରେ ରହି ଅଧ୍ୟୟନ କରିପାରିବେ ଆଦିବାସୀ ଛାତ୍ରଛାତ୍ରୀ। କଳାହାଣ୍ଡି ଜିଲ୍ଲା ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଏଠାରେ ୬୦ ପ୍ରତିଶତ ଲୋକେ ଆଦିବାସୀ ହୋଇଥିବା ବେଳେ, ଅନେକ ଲୋକ ଅର୍ଥ ଅଭାବରୁ ଉନ୍ନତ ମାନର ଶିକ୍ଷାରୁ ବଞ୍ଚିତ ହୋଇଥାନ୍ତି। ଏହାକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲାରେ ସମସ୍ତ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଖୋଳିଛି କିସ ବିଦ୍ୟାଳୟ । ୫୦ କୋଟି ଟଙ୍କା ବ୍ୟୟ ଅଟକଳ ନିର୍ମାଣ ହୋଇଥିବା ଏହି ସ୍କୁଲରେ ଉନ୍ନତ ମାନର ଏହି ସ୍କୁଲ ମଧ୍ୟରେ ୨୫ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ମଧ୍ୟ ରହିଥିବା ବେଳେ, ସ୍ମାର୍ଟ କ୍ଳାସ ରୁମ ଉପଲବ୍ଧ ଥିବା ସହ ଏହି ସ୍କୁଲରେ ପ୍ରତ୍ୟେକ ଶିକ୍ଷା ବର୍ଷରେ ୧୨୦୦ ସହ ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ । ବିନା କୌଣସି ଦେୟ ଦେଇ ଆଦିବାସୀ ଛାତ୍ରଛାତ୍ରୀ ଏହି ସ୍କୁଲରେ ଅଧ୍ୟକ୍ଷୟନ କରିପାରିବେ । ଏହି ସ୍କୁଲର ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଭିଡିଓ କନ୍ଫରେନ୍ସ ଜରିଆରେ ଏହି ସ୍କୁଲର ଉଦଘାଟନ କରିଥିବା ବେଳେ ,ଅନୁଷ୍ଠିତ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାପାଳ ଗଭାଳି ପରାଗ ହର୍ଷଦ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା,ରାଜ୍ୟ ସଭା ସାଂସଦ ସୁଜିତ କୁମାର, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଓ କୀଟ ଓ କିସ ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଅନେକ ଜନ ସାଧାରଣ ସାମିଲ ହୋଇଥିଲେ । କଳାହାଣ୍ଡି ଜିଲ୍ଲା-ଧର୍ମଗଡ଼ ରୁ ଲଷ୍ମୀ ରଂଜନ ବାଗଙ୍କ ରିପୋର୍ଟ ସଂଘର୍ଷ ନିୟୁଜ

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More