ଜଗତସିଂହପୁର ( ସଂଘର୍ଷ ମିଡିଆ ) : -ଜଗତସିଂହପୁର ଜିଲା ଭାରତୀୟ ମଜଦୂର ସଂଘ ପକ୍ଷରୁ 5ଦଫା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହିତ ଭାରତର ପ୍ରଧାନମନ୍ତ୍ରୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କୁ ଜିଲାପାଳ ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ଦାବି ଗୁଡିକ ମଧ୍ୟରେ ରାଜ୍ୟରେ ସମସ୍ତ ପଞ୍ଜୀକୃତ ଅଣସଙ୍ଗଠିତ ଶ୍ରମିକମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା,ପଞ୍ଜୀକୃତ ନିମନ୍ତେ ଶ୍ରମ କାର୍ଯ୍ୟାଳୟରେ ଦାଖଲ ହୋଇଥିବା ସମସ୍ତ ଦରଖାସ୍ତକୁ ବିଚାରକୁ ନେଇ ହିତାଧିକାରୀଙ୍କୁ ପରିଚୟପତ୍ର ପ୍ରଦାନ କରାଯାଉ, କାର୍ଯ୍ୟରତ ନିର୍ମାଣ ଶ୍ରମିକ ବ୍ୟତୀତ ଅନ୍ୟ ସମସ୍ତ ଶ୍ରମିକ ମାନକୁ ଅଣସଙ୍ଗଠିତ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ ପଞ୍ଜୀକୃତ କରାଇ ସେମାନଙ୍କୁ ସାମାଜିକ ସୁରକ୍ଷା ବ୍ୟବସ୍ଥା ଇତ୍ୟାଦି ଦବିକରିଥିଲେ।ଏହି କାର୍ଯ୍ୟ କ୍ରମରେ ଭାରତୀୟ ମଜଦୂର ସଂଘର ଜିଲାସଭାପତି ଅକ୍ଷୟକୁମାର ଦାସ, ଓଡ଼ିଶାକୃଷି ଓ ଗ୍ରାମୀଣ ମଜଦୂର ସଂଘର କେଶବଚନ୍ଦ୍ର ଦାସ, ରଘୁନାଥପୁର ବ୍ଲକ ପ୍ରତିନିଧି ଗିରିଧାରି ଭୋଇ, ବେଣୁଧର ଦାସ,ରବୀନ୍ଦ୍ର ଦାସ,ବସନ୍ତ କୁମାର ଦାସ, କୈଳାସ ଦାସ ପ୍ରମୁଖ ବିକ୍ଷୋଭ ରେ। ସାମିଲ ହୋଇଥିଲେ।ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ।