ଭଦ୍ରକ(ସଂଘର୍ଷ ମିଡିଆ ) : ଭଦ୍ରକ ଜିଲ୍ଲାରେ 174 ଜଣ ଛଟେଇ କମ୍ପୁଟର ଶିକ୍ଷକ ତଥା ରାଜ୍ୟର 4000କମ୍ପୁଟର ଶିକ୍ଷକମାନଙ୍କୁ ଯଥାଶୀଘ୍ର ସରକାର ପୁନଃ ନିଯୁକ୍ତି ନିମନ୍ତେ ଆଇ. ସି. ଟି ବିଦ୍ୟାଳୟ ସଂଯୋଜକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାସହ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି l ଓଡ଼ିଶାର ହଜାର ହଜାର ହାଇସ୍କୁଲ ଛାତ୍ର ଛାତ୍ରୀ କମ୍ପୁଟର ଶିକ୍ଷା ତଥା ଅନଲାଇନ ଶିକ୍ଷାରୁ ସମ୍ପୂର୍ଣ ବଞ୍ଚିତ ହୋଇଛନ୍ତି l ବର୍ତ୍ତମାନ କୋଭିଡ ସମୟରେ ସେମାନଙ୍କର ଭବିଷ୍ୟତ ଅନ୍ଧକାରମୟ ହୋଇଯାଇଛି l ଯାହା କି ଶିକ୍ଷା ବ୍ୟାବସ୍ତାର ଏକ ଦୟନୀୟ ପରିସ୍ଥିତି ସୃଷ୍ଟି ହୋଇଛି l କୋଭିଡର ତୃତୀୟ ଲହରୀକୁ ଆଖି ଆଗରେ ରଖି ସମସ୍ତ ଗରିବ ଛାତ୍ର ଛାତ୍ରୀ ମାନଙ୍କୁ ଅନଲାଇନ ଶିକ୍ଷା ପହଞଇବା ନିମନ୍ତେ ଦିର୍ଘ ପାଞ୍ଚବର୍ଷ ଧରି ଆଇ. ସି. ଟି ଯୋଜନାରେ କାର୍ଯ୍ୟ କରି ଆସୁଥିବା 4000ଛଟେଇ କମ୍ପୁଟର ଶିକ୍ଷକମାନଙ୍କୁ ତୁରନ୍ତ ପୁନଃ ନିଯୁକ୍ତି ପ୍ରଦାନ l ବେସରକାରୀ ବିଦ୍ୟାଳୟରେ କମ୍ପୁଟର ଶିକ୍ଷା ବାଧ୍ୟତାମୂଳକ ଥିବାରୁ ଛାତ୍ରଛାତ୍ରୀ ମାନେ ସରକାରୀ ବିଦ୍ୟଳୟ ଅପେକ୍ଷା ବେସରକାରୀ ବିଦ୍ୟାଳୟ ମୁଁହା ହେଉଛନ୍ତି l ତେଣୁ ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବୃଦ୍ଧି ନିମନ୍ତେ କମ୍ପୁଟର ବିଷୟକୁ ବାଧ୍ୟତାମୂଳକ କରାଯାଉ । ଉର୍ଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ପାଠକ୍ରମରେ କମ୍ପ୍ୟୁଟର ବିଷୟକୁ ବାଧ୍ୟତାମୂଳକ କରିବା ଆଦି ୫ ଦଫା ଦାବିନେଇ କମ୍ପ୍ୟୁଟର ଶିକ୍ଷକ ସଂଘର ସଭାପତି ଶ୍ରୀବତ୍ସ ଖଡିରତ୍ନଙ୍କ ନେତୃତ୍ୱରେ ଦିନବନ୍ଧୁ ବାରିକ୍, ନରେନ୍ଦ୍ର କୁମାର ନାୟକ, ଧନେଶ୍ଵର ସ୍ଵାଇଁ ପ୍ରମୁଖ ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେବାପରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ବୋଲି କହିଛନ୍ତିି ।