୪ ବର୍ଷ ହେବ କାର୍ଯ୍ୟାଳୟକୁ ଆସୁନାହାନ୍ତି କର୍ମଚାରୀ, ବିଭାଗୀୟ ଅଧିକାରୀ ସବୁ ଜାଣିଶୁଣି ଚୁପ୍

13

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ): – ନବରଙ୍ଗପୁର ଜିଲ୍ଲା ରାଇଘର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଜଣେ କର୍ମଚାରୀ ୪ ବର୍ଷ ହେବ କାର୍ଯ୍ୟାଳୟ କୁ ଆସୁନାହାନ୍ତି କି ବିଦ୍ୟାଳୟ ଆସୁ ନାହାନ୍ତି। ଘରେ ବସି ମାସିକ ଦରମା କିଭଳି ପାଉଛନ୍ତି, ତାହା ନେଇ ବ୍ଲକରେ ବୁଦ୍ଧିଜିବୀ ମହଲରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ସୂଚନା ପ୍ରକାରେ , ରାଇଘର ଗୋଷ୍ଟୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ କର୍ମଚାରୀ ଦୀର୍ଘ ୪ ବର୍ଷ ହେବ କାର୍ଯ୍ୟାଳୟକୁ ଆସୁନାହାନ୍ତି । ଏଠି ପ୍ରଶ୍ନ ଉଠୁଛି ଯେ ସେହି କର୍ମଚାରୀଙ୍କ କାମ କରୁଛି କିଏ ? | ତାଙ୍କ ସ୍ଵାମୀ ଜଣେ କାର୍ଯ୍ୟରତ ଶିକ୍ଷକ l ପ୍ରତି ଦିନ ନିଜ ବିଦ୍ୟାଳୟ ଛୁଟି ହେବା ପୂର୍ବରୁ ୩ ଘଣ୍ଟିକା ସମୟରେ ଗୋଷ୍ଟି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସି ଦସ୍ତଖତ କରିବା ସହ ଅନ୍ୟାନ୍ୟ କାର୍ଯ୍ୟ କରୁଥିବା ଜଣାପଡିଛି। ଏଠି ପ୍ରଶ୍ନ ଉଠୁଛି ଜଣେ ସରକାରୀ ଶିକ୍ଷକ କିଭଳି ୪ ବର୍ଷ ହେବ ପ୍ରତିଦିନ ବିଦ୍ୟାଳୟ ଛୁଟି ହେବା ପୂର୍ବରୁ ଅନ୍ୟ କାମରେ ଆସନ୍ତି। ଆଉ ଅନ୍ୟ ଏକ କାମ କରନ୍ତି। ପ୍ରଶ୍ନ ଉଠୁଛି ୪ ବର୍ଷ ହେବ ଗୋଷ୍ଟୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ କିଭଳି ନ ଆସି ୪ ବର୍ଷ ହେବ ଦରମା ପାଉଛନ୍ତି କର୍ମଚାରୀ। ଗୋଟିଏ ଦିନ କିମ୍ବା ଗୋଟିଏ ମାସର ର ଘଟଣା ନୁହେଁ ଏ ଘଟଣା ହେଉଛି ଦୀର୍ଘ ୪ ବର୍ଷ ର lକିନ୍ତୁ ଏ ବିଷୟରେ ଉପରିସ୍ଥ ଅଧିକାରୀ ସବୁ ଜାଣି ଶୁଣି ନୀରବ ଦ୍ରଷ୍ଟା ସାଜିଛନ୍ତି କିଭଳି, କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି କଣ ପାଇଁ, ତାଙ୍କ ତାଙ୍କ ମଧ୍ୟରେ କଣ ଗୁପ୍ତ ବୁଝା ମୁଣା ହୋଇଛି, ତାହା ଏବେ ବଡ଼ ପ୍ରଶ୍ନ ? ଏ ବିଷୟ ନେଇ ଗୋଷ୍ଟୀ ଶିକ୍ଷା ଅଧିକାରୀ ଙ୍କୁ ପଚାରିବାରୁ କୌଣସି ସନ୍ତୋଷ ଜନକ ଉତ୍ତର ମିଳିନଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲାପାଳ ମୋ ସରକାର ୫ଟି ଭିତ୍ତିରେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବ୍ଲକବାସୀ ଦାବୀ କରିଛନ୍ତି। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More