୪ ଜଣ ହାଇୱେ ଡକାୟତକୁ ଗିରଫ କଲା ପୁରୀ ବଳିଆପଣ୍ଡା ଥାନା ପୁଲିସ

14

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ ) : -ଡ଼କାୟତି ଯୋଜନା କରୁଥିବାବେଳେ ବଳିଆପଣ୍ଡା ଥାନା ପୁଲିସ ଚଢ଼ାଉ କରି ହାଇୱେ ଡ଼କାୟତ ଗ୍ୟାଙ୍ଗ୍‌ର ୪ଜଣ ସଦସ୍ୟଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଟାଉନ ଥାନା ଅନ୍ତର୍ଗତ କୁମୁଟିସାହିର ପ୍ରତ୍ୟୁଷ କୁମାର ସେନାପତି(୨୦), କାହ୍ନୁଚରଣ ସେନାପତି(୨୮), ଜଳନ୍ଧର ନାୟକ(୨୨), ଜି. ଆଦର୍ଶ କୁମାର ପାତ୍ର(୨୫) । ପୋଲିସ ଏମାନଙ୍କ ଠାରୁ ୨ଟି ମୋବାଇଲ ଫୋନ୍‌, ଗୋଟିଏ କଟୁରି, ଗୋଟିଏ ଛୁରି, କାଠଫାଳିଆ, ଗୋଟିଏ ମୁଖି, ଗୋଟିଏ ପଲ୍ସର ବାଇକ୍ ଜବତ ହୋଇଛି । ଏ ସଂକ୍ରାନ୍ତରେ ପୋଲିସ ଏକ ମାମଲା ୧୬୦/୨୨ ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଗୁରୁବାର ଦିନ କୋର୍ଟ ଚାଲାଣ କରିଛି । ଜାମିନ ଖାରଜ ହେବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସେପଟେ ଫେରାର୍ ଥିବା ଦୁଇ ଅଭିଯୁକ୍ତଙ୍କୁ ଧରିବା ଲାଗି ପୋଲିସ ଉଦ୍ୟମ ଜାରି ରଖିଛି । ସୂଚନା ଥାଉ କି ଗତ ବୁଧବାର ରାତିରେ ଅଭିଯୁକ୍ତମାନେ ଷ୍ଟର୍ଲିଂ ଛକ ନିକଟରେ ବସି ହାଇୱେରେ ଯାଉଥିବା କାର୍ ଓ ବାଇକ୍ ଚାଳକଙ୍କ ଠାରୁ ଡ଼କାୟତି କରିବାକୁ ଯୋଜନା କରୁଥିଲେ । ବଳିଆପଣ୍ଡା ପୋଲିସ ବିଶେଷ ସୂତ୍ର ରୁ ଖବରପାଇ ସେଠାରେ ଚଢ଼ାଉ କରିଥିଲା । ପୁଲିସକୁ ଦେଖି ଦୁଇଜଣ ଖସିଯାଇଥିବାବେଳେ ୪ଜଣ ଧରାପଡ଼ିଯାଇଥିଲେ । ପୂର୍ବରୁ ମଧ୍ୟ ଏମାନଙ୍କ ନାମ ରେ ବିଭିନ୍ନ ଥାନା ରେ ମାମଲା ଥିବା ପୋଲିସ ସୂଚନା ଦେଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More