ପୁରୀ(ସଂଘର୍ଷ ମିଡିଆ) : – ପୁରୀରେ ରଥଯାତ୍ରାରେ ଲୁଟ୍ପାଟ କରିଥିବା ନେଇ ୩୦ଜଣ ଲୁଟେରାଙ୍କୁ ପୁରୀ ପୁଲିସ ଗିରଫ କରିଛି । ସେମାନଙ୍କ ଠାରୁ ୪୯ଟି ମୋବାଇଲ ଫୋନ୍ ଜବତ କରାଯାଇଛି । ଏନେଇ ପୁରୀ ଏସ୍ପି ଡ଼ା.କନୱର ବିଶାଲ ସିଂ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ଏହି ଲୁଟେରାଙ୍କ ମଧ୍ୟରେ ୧୪ଜଣ ପଶ୍ଚିମବଙ୍ଗ, ୫ଜଣ ଆନ୍ଧ୍ରପ୍ରଦେଶ, ୨ଜଣ ଛତିଶଗଡ଼, ୨ଜଣ ଝାଡ଼ଖଣ୍ଡ, ୭ଜଣ ଓଡ଼ିଶାର ଅଛନ୍ତି । ଏନେଇ ପୁରୀ ପୁଲିସର ସିଂହଦ୍ୱାର ଥାନା, ଟାଉନ ଥାନା, କୁମ୍ଭାରପଡ଼ା ଥାନାରେ ୫ଟି ପୃଥକ ମାମଲା ରୁଜୁ ହୋଇଛି । ଟାଉନ ଥାନା ପୁଲିସ ଗିରଫ କରିଥିବା ଅଭିଯୁକ୍ତମାନେ ହେଲେ ନୟାଗଡ଼ର କୃଷ୍ଣଚନ୍ଦ୍ର ଦାସ, ପୁରୀ ନରେନ୍ଦ୍ରକୋଣର କାହ୍ନା ବେହେରା, ସମ୍ବଲପୁରର ସୁରଜ କୁମାର, ଆନ୍ଧ୍ରପ୍ରଦେଶର ତିରନାଥ୍ ବଡ଼ଶାଲ, ପୁରୀ ତଳନୂଆସାହିର ରାଜା ବେହେରା, ଗଞ୍ଜାମର ସୁସାନ୍ତ ପାଢ଼ୀ, ଝାରଖଣ୍ଡର ଚନ୍ଦ୍ରିକା ଓରଫ ମନୁ ପଣ୍ଡିତ, ପଶ୍ଚିମବଙ୍ଗର ଜୀବନ ସିଂ, ଭରତ ସିଂ, ୱାହିଦ୍ ଆଲମ୍, ଆୟୁଜା ଲସ୍କର, ମନୁର ଗ୍ୟାନ, କହ୍ନେଇଆ ସିଂ, ସାହିଲ ମୁଲ୍ଲା, ସୁରଜ ଭଟ । ସେହିପରି ସିଂହଦ୍ୱାର ଥାନା ଗିରଫ କରିଥିବା ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗର ବର୍ଷା ରାୟ, ସୁଲେଖା ରାୟ, ଦ୍ରୌପଦୀ ସିଂ, ନନ୍ଦିନୀ ସିଂ, ଖୋର୍ଦ୍ଧାର ବସନ୍ତ ଗୌଡ଼, ଭଦ୍ରକର ଅର୍ଜୁନ ଚନ୍ଦ୍ର ବେହେରା, ପଶ୍ଚିମବଙ୍ଗର ସନ୍ତୁ ବିର୍, ଛତିଶଗଡ଼ର ରାଜେଶ ଗୋରେଖ, ରାଜେଶ ତାଣ୍ଡିକର, ଆନ୍ଧ୍ରପ୍ରଦେଶର ମନୋଜ ନାଏକ, ସକତ ରବି । କୁମ୍ଭାରପଡ଼ା ଥାନା ଗିରଫ କରିଥିବା ଅଭିଯୁକ୍ତମାନେ ହେଲେ ବାସେଳିସାହି ଥାନା ଗୋଖାସାହିର ବାବୁନା ଭୋଇ, କାଳୁ ବେହେରା । ଏମାନଙ୍କୁ ଗିରଫ ପରେ ବୁଧବାର କୋର୍ଟ ଚାଲାଣ କରାଯାଇଛି । ଜାମିନ ଖାରଜ ହେବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
Get real time updates directly on you device, subscribe now.
Prev Post
ରଥଯାତ୍ରା-୨୦୨୩ ଅବସରରେ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀ
Next Post