୪୮ତମ ପାରଳାଖେମୁଣ୍ଡି ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

15

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ ) : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ 48 ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଜିଲ୍ଲା ପରିଷଦ ଅଧ୍ୟକ୍ଷ G. ତିରୁପତି ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି।ଏହି ବୈଠକରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା,ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କୁନ୍ତଳା ମଲ୍ଲିକ, ପାରଳା ବିଧାୟକ ପ୍ରତିନିଧି ଆଦର୍ଶ ଦାସ, ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ରୋମାଞ୍ଚଳ ଖମାରି, ଅତିରିକ୍ତ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଲଳିତ କୁମାର କହଁର ପ୍ରମୁଖ ମଞ୍ଚାସିନ ଥିଲେ। ଏହି ବୈଠକରେ ଜିଲ୍ଲାର ସମସ୍ତ ଜିଲ୍ଲା ପରିଷଦର ସଦସ୍ୟ ସଦସ୍ୟାଙ୍କ ସହ ସମସ୍ତ ବ୍ଳକର ଅଧ୍ୟକ୍ଷ ଅଧ୍ୟକ୍ଷା ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ସ୍ୱାଗତ ଭାଷଣ ଅତିଥି ପରିଚୟ ପ୍ରଦାନ କରିବା ସହ ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କୁ ସ୍ୱାଗତ ଜଣାଇଥିଲେ।ଏହି ବୈଠକରେ ପୂର୍ବ ବୈଠକର ବିବରଣୀ ପଠନ କରାଯାଇଥିଲା।ପ୍ରଥମେ ଶିକ୍ଷା ବିଭାଗ ଉପରେ ଆଲୋଚନା ହୋଇ ଥିଲା ଜିଲ୍ଲାରେ ଶିକ୍ଷାର ଉନ୍ନତି ସକାଶେ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ଶିକ୍ଷା ଅଧିକାରୀ ପ୍ରକାଶ କରିଥିଲେ।କିନ୍ତୁ ଗୃହରେ ଶିକ୍ଷା ବିଭାଗ ଉପରେ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ମାନେ ପ୍ରଶ୍ନ ପଚାରିବାରେ ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ। ଜିଲ୍ଲାରେ ଯେଉଁ ସ୍କୁଲରେ ଅଧିକ ଛାତ୍ର ଛାତ୍ରୀ ଅଛନ୍ତି ସେହି ଠାରେ କମ ଶିକ୍ଷକ ନିୟୋଜିତ ହୋଇଛନ୍ତି। ଯେଉଁଠାରେ କମ ଛାତ୍ର ଛାତ୍ରୀ ଅଛନ୍ତି ସେଠାରେ ଅଧିକ ଶିକ୍ଷକ ନିୟୋଜିତ ହୋଇ ଥିବାର ଅଭିଯୋଗ କରିଛନ୍ତି।ବିଭିନ୍ନ ସ୍କୁଲରେ ଡେପୁଟେସନ ରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିୟୋଜିତ କରିଥିବାର ଅଭିଯୋଗ କରିଛନ୍ତି। ଛାତ୍ର ଛାତ୍ରୀଙ୍କ ରେସନଲାଇଜ ଅନୁପାତରେ ଶିକ୍ଷକ ଶିକ୍ଷୟିତ୍ରୀ ନିର୍ଯୁକ୍ତି ଦେବାକୁ ଗୃହରେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଖରିଫ ୠତୁ ଚାଲିଥିବା ବେଳେ ସାର ର ମୂଲ୍ୟ ଚଢା ଦରରେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି।ବନ ବିଭାଗ, ମତ୍ସ୍ୟ ବିଭାଗ,ପାନୀୟ ଜଳ ଓ ପରିମଳ, ସ୍ୱାସ୍ଥ୍ୟ ବିଭାଗ, କ୍ଷୁଦ୍ର ଜଳସେଚନ ବିଭାଗ, ପଶୁ ସମ୍ପଦ ବିଭାଗ,ମୃତ୍ତିକା ସଂରକ୍ଷଣ ବିଭାଗ, ଉଦ୍ୟାନ ବିଭାଗ, ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ବିଭାଗ, ରାସ୍ତା ଓ କୋଠା ବାଡ଼ି ବିଭାଗ ଉପରେ ବିସ୍ତୃତ ଆଲୋଚନା ହୋଇ ଥିଲା ।ଏହି ଭଳି ବିଭିନ୍ନ ବିଭାଗ ଉପରେ ଆଲୋଚନା ହୋଇ ଥିଲା।ଶେଷରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ ଧନ୍ୟବାଦ ଅର୍ପଣ କରିଥିଲେ। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More