୪୭ତମ ରୁଚି ପ୍ରତିଷ୍ଠା ଦିବସ ପାଳିତ

27

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : କଟକ ମଧୂପାଟଣା ଶିଳ୍ପାଞ୍ଚଳ, ରୁଚି ପରିସରରେ ଅନୁଷ୍ଠିତ ହୋଇଯାଇଛି ୪୭ତମ ରୁଚି ପ୍ରତିଷ୍ଠା ଦିବସ ସମାରୋହ। ଏହି ଅବସରରେ କଟକ ଡିସିପି ପିନାକ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଛତିଶଗଡରେ ‘ଅପରେସନ୍ ଜିନ୍ଦେଗୀ’ କାର୍ଯ୍ୟକ୍ରମରେ ସାହସିକତାର ସହ ରାହୁଲଙ୍କୁ ଉଦ୍ଧାର କରିଥିବା ମୁଣ୍ଡଳିସ୍ଥିତ ତୃତୀୟ ବାଟାଲୀୟନର ଏନ. ଡି.ଆର.ଏଫ୍ ଯବାନମାନଙ୍କୁ ପ୍ରତିଷ୍ଠା ଦିବସ ସମାରୋହ ପାଳନ ଅବସରରେ ସମ୍ବର୍ଦ୍ଧିତ କରାଯିବା ସହ “ରୁଚି ସେବା” ସମ୍ନାନ ୨୦୨୨ ପ୍ରଦାନ କରାଯାଇଥିଲା। ଦେଶ ବିଦେଶରେ ରୁଚି ତାର ଉତ୍କୃଷ୍ଟ ଉତ୍ପାଦ ପାଇଁ ବେଶ ଆଦୃତି ଲାଭ କରିଛି। ଏହି ଧାରା ଜାରି ରହିବ ବୋଲି ରୁଚି ପକ୍ଷରୁ କୁହାଯାଇଛି। ରାଜ୍ୟରେ ଶିଳ୍ପର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଧାରାକୁ ପ୍ରଶଂସା କରିଛି ରୁଚି। କଟକରୁ ସୁରେଶ ଚନ୍ଦ୍ର ରାଉତଙ୍କ ରିପୋର୍ଟ ସଂଘର୍ଷ ନ୍ୟୂଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More