୩୮ତମ କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର ବାର୍ଷିକ ଅଧିବେଶନ ଓ ରାଜ୍ୟ ସ୍ତରୀୟ ଆନ୍ତର୍ଜାତିକ ମଇ ଦିବସ ସମାରୋହ -୨୦୨୨ ପାଳିତ
କନ୍ଧମାଳ (ସଂଘର୍ଷ ମିଡିଆ ) : କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ର ୩୮ ତମ ବାର୍ଷିକ ଅଧିବେଶନ ଓ ଆନ୍ତର୍ଜାତିକ ମଇ ଦିବସ ବା ଶ୍ରମିକ ଦିବସ ଅବସରରେ କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ଓ ରାଜ୍ୟ ଉତ୍କଳ ସାମ୍ବାଦିକ ସଂଘର ସହଯୋଗରେ , ଫୁଲବାଣୀ ଗାନ୍ଧୀସ୍ମୃତି ଭବନ ଠାରେ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ଅଧିବେଶନ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅଶକ କୁମାର ପରିଡ଼ା ପରିଚାଳନା କରିଥିବା ବେଳେ,ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟକ ଶ୍ରୀ ଅଙ୍ଗଦ କହଁର, ଫୁଲବାଣୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ସ୍ମିତାରାଣୀ ମହାନ୍ତି ଅଧ୍ୟକ୍ଷା ପୌର ପରିଷଦ ଫୁଲବାଣୀ,ଓ ଶ୍ରୀ ପ୍ରମୋଦ କୁମାର ପଟ୍ଟନାୟକ ସଭାପତି ଉତ୍କଳ ସାମ୍ବାଦିକ ସଂଘ ଭୂବନେଶ୍ୱର , ଶ୍ରୀ ବେଣୁଧର ପଣ୍ଡା, ସାଧାରଣ ସମ୍ପାଦକ ଉତ୍କଳ ସାମ୍ବାଦିକ ସଂଘ ଭୁବନେଶ୍ୱର , କନ୍ଧମାଳ ଉପଜିଲ୍ଲାପାଳ ଶ୍ରୀ ଶେଷଦେବ ମିଶ୍ର,ଶ୍ରୀ ପ୍ରଭାକର ମହାରଣା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କନ୍ଧମାଳ , ବରିଷ୍ଠ ସାମ୍ବାଦିକ ଶିଶିର କୁମାର ମିଶ୍ର, ବରିଷ୍ଠ ସାମ୍ବାଦିକ ସୁନିଲ କୁମାର ପଟ୍ଟନାୟକ, କନ୍ଧମାଳ ସାମ୍ବାଦିକ ସଂଘ ସଭାପତି ଅରୂପ କୁମାର ଜେନା, ସମ୍ପାଦକ ଜୟସେନ ପରିଡ଼ା ମଞ୍ଚାସିନ ହୋଇଥିଲେ । ସମସ୍ତ ମଞ୍ଚାସିନ ଅତିଥି ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଓ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପରେ ସମ୍ପାଦକ ଜୟସେନ୍ ପରିଡ଼ା ସଂଘ ର ବିବରଣୀ ପାଠ କରିଥିଲେ। ଆଜିର କାର୍ଯ୍ୟକ୍ରମରେ “ରାଷ୍ଟ୍ର ଗଠନରେ ସମ୍ବାଦ ପତ୍ରର ଭୂମିକା” ବିଷୟ ବସ୍ତୁ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ସମସ୍ତ ଅତିଥିବୃନ୍ଦ ରାଷ୍ଟ୍ର ଗଠନ ରେ ସମ୍ବାଦ ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଭୂମିକା ର ଗୁରୁତ୍ୱ ଓ ସାମାଜିକ ଦାୟିତ୍ଵ ବିଷୟ ଉପରେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ ଓ ବିଭିନ୍ନ ଜିଲ୍ଲାରୁ ଆସିଥିବା ସାମ୍ବାଦିକ ସଂଘ ସଭାପତି ବନ୍ଧୁ ମାନେ ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଆକ୍ରମଣ କରାଯାଉଥିବା ବେଳେ ଆକ୍ରମଣକାରୀଙ୍କୁ ଦଣ୍ଡିତ କରାନଯିବା ବିପକ୍ଷରେ ଉଦବେଗ ପ୍ରକାଶ କରିବା ସହ, ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା ଓ ସାମ୍ବାଦିକ ମାନଙ୍କୁ ଜୀବନ ବିମା ଭୁକ୍ତ କରି, ସରକାରୀ ଭତା ଓ ଅବସର ପରେ ପେନସନ ବ୍ୟବସ୍ଥା କରିବା ଉପରେ ନିଜ ନିଜ ବକ୍ତବ୍ୟ ରଖିବା ସହ ସରକାର ଙ୍କୁ ଅନୁରୋଧ କରିଥିଲେ। ଘୁ ଉଦୟଗିରି ସାମ୍ବାଦିକ ସଂଘର ଅନେକ ସାମ୍ବାଦିକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।ସମାଜ ନିମନ୍ତେ ସମାଜର ଉନ୍ନତି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ବରିଷ୍ଠ ସାମ୍ବାଦିକ ଓ ସମାଜ ସେବୀ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ତଥା ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ପାଳ ଓ ପୂର୍ବତନ କନ୍ଧମାଳ ସାମ୍ବାଦିକ ସଂଘ ଜିଲ୍ଲା ସଭାପତି ତଥା ବରିଷ୍ଠ ସାମ୍ବାଦିକ ଶିଶିର ପଟ୍ଟନାୟକ, କିଶୋର ଚନ୍ଦ୍ର ସାହୁ ରାଇକିଆ ବ୍ଲକ ପ୍ରତିନିଧି ସ୍ରୀଷ୍ଟି ନିଉଜ, ସାହାରା ସ୍ବେଛାସେବୀ ଅନୁଷ୍ଠାନର ସମ୍ପାଦକ ସୁକାନ୍ତ ନାୟକ,ବରିଷ୍ଠ ସମାଜସେବୀ ତଥା ସ୍ଵେଚ୍ଛାସେବୀ ସଂଗଠନ ସ୍ଵାତୀ ର ସମ୍ପାଦକ ଶ୍ରୀ ହରିଶଙ୍କର ରାଉତ ଓ ସ୍ୱେଚ୍ଛାସେବୀ ଜିଆଉଦ୍ଦିନ ଅହମଦ, ଘୁ. ଉଦୟଗିରି । ଆଜିର ବାର୍ଷିକ ଅଧିବେଶନରେ ବହୁ ସଂଖ୍ୟାରେ ବିଭିନ୍ନ ଜିଲ୍ଲା ରୁ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିବାବେଳେ କନ୍ଧମାଳ ଜିଲ୍ଲା ସଭାପତି ଶ୍ରୀ ଅରୂପ କୁମାର ଜେନା ଅଧ୍ୟକ୍ଷତା ଓ ଆୟୋଜନ କମିଟି ର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ସୁନିଲ କୁମାର ପଟ୍ଟନାୟକ ଅଧିବେଶନ ର ଆୟୋଜନ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ଶିଶିର ପଟ୍ଟନାୟକ ସମସ୍ତ ଉପସ୍ଥିତ ଅତିଥି ମାନଙ୍କୁ ଧନ୍ୟବାଦ୍ ଦେଇ ଅଧିବେଶନ କୁ ସାଙ୍ଗ କରିଥିଲେ। ଅଧିବେଶନ ର ଶେଷ ପର୍ଯ୍ୟାୟରେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ପରିଷଦ ବୈଠକ ଅନୁଷ୍ଠିତ ହୋଇ ସଂଘ ର ବିଭିନ୍ନ ଭବିଷ୍ୟତ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା।