୩୭ତମ ଜାତୀୟ ଚକ୍ଷୁ ଦାନ ପକ୍ଷ ଆରମ୍ଭ

22

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ ) : ୩୭ ତମ ଜାତୀୟ ଚକ୍ଷୁ ଦାନ ପକ୍ଷ ଅଗଷ୍ଟ ୨୫ ରୁ ସେପ୍ଟେମ୍ବର ୮ ପଯ୍ୟନ୍ତ ଚାଲିଛି । ଏନେଇ ନବରଙ୍ଗପୁର ଜିଲା ସ୍ଵାସ୍ଥ୍ୟ ସମିତି ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଳୟ ସଭା ଗୃହ ଠାରେ ପକ୍ଷ ପାଳନ ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲା ଚିକିତ୍ସା ଅଧିକାରୀ ଡାକ୍ତର କାହ୍ନୁ ଚରଣ ପାତ୍ରଙ୍କ ଅଧ୍ୟକ୍ଷତା କରିଥିଲେ । ଜାତୀୟ ସ୍ୱାସ୍ଥ୍ୟ ମିଶନ ଜିଲା ପ୍ରୋଗ୍ରାମ ମ୍ୟାନେଜର ସୁଶାନ୍ତ କୁମାର ପ୍ରହରାଜ ଅତିଥି ପରିଚୟ ସହ ଜାତୀୟ ଚକ୍ଷୁ ଦାନ ପକ୍ଷର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲା ନିକ୍ଷୟ ନିରାକରଣ ଅଧିକାରୀ ଡାକ୍ତର ସୁକାନ୍ତ କୁମାର ଶତପଥୀ ଚକ୍ଷୁ ପ୍ରତିରୋପଣ, ଚକ୍ଷୁ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ଆଲୋକପାତ କରିଥିଲେ । ଚକ୍ଷୁ ବିଭାଗର ନିହାର ରଞ୍ଜନ ବେହେରା ଚକ୍ଷୁ ରୋଗର ନିରାକରଣ, କିଭଳି ଚକ୍ଷୁକୁ ସୁସ୍ଥ ରଖିବା ସେନେଇ ବିସ୍ତୃତ ଭାବରେ ବୁଝାଇଥିଲେ । ବିନା ଭୟରେ ଚକ୍ଷୁ ଦାନ କରାଯାଇ ପାରିବ ବୋଲି କହିଥିଲେ । ବରିଷ୍ଠ ନାଗରିକ ରାଧାନାଥ ବେହେରା ଆଗାମୀ ଦିନରେ ମୋତିଆବିନ୍ଦୁ ଆସ୍ତ୍ରପଚାର ଅଧିକରୁ ଅଧିକ ଜିଲାରେ କିଭଳି ହୋଇପାରିବ ସେନେଇ ବିଭିନ୍ନ ପ୍ରସ୍ତାଵ ଦେଇଥିଲେ । ଚକ୍ଷୁ ଦାନ ଏକ ମହତ ଦାନ ସେସମ୍ପର୍କରେ କିଛି ସୂଚନା ପ୍ରଦାନ କରିଥିଲେ । ଅନୁଷ୍ଠିତ ବୈଠକରେ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ମହିଳା ସ୍ୱାସ୍ଥ୍ୟ କର୍ମୀ, ଜିଏନ ଏମ ଛାତ୍ରୀ, ନବରଙ୍ଗପୁର ମହାବିଦ୍ୟାଳୟର ଏନ ସି ସି ଅଧିକାରୀ, ଜୁନାଗଡ଼ର ଲେପ୍ରସି ବିଭାଗ କର୍ମଚାରୀ, ଅଗ୍ନିଶମ କର୍ମଚାରୀ ଓ ବରିଷ୍ଠ ନାଗରିକ ପ୍ରମୁଖ ଯୋଗ ଦେଇଥିଲେ । ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More