୩୦ କେଜି ଗଞ୍ଜେଇ ଜବତ, ମହିଳା ଗିରଫ

15

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ପୁରୁଣାକଟକ ଥାନା ଲୁଣିବାହାଲ ଗ୍ରାମପଞ୍ଚାୟତର ବାରବାଣୀ ଗ୍ରାମରୁ 30 କିଲୋଗ୍ରାମ ଗଞ୍ଜେଇ ସହ ଗିରଫ ହୋଇଥିବା 42 ବର୍ଷୀୟା ମହିଳା ବାସନ୍ତୀ ପାତ୍ରଙ୍କୁ ଆଜି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ l ମିଳିଥିବା ସୂଚନା ଅନୁଯାୟୀ ଲୁଣିବାହାଲ ଗ୍ରାମପଞ୍ଚାୟତ ବାରବାଣୀ ଗ୍ରାମରୁ ବାହାରକୁ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ପାଇ ଅବକାରୀ ଅଧିକ୍ଷକ କ୍ରୀଷ୍ଣା ନାଏକ ଙ୍କ ନିର୍ଦ୍ଦେଶ ରେ ଓ ଅବକାରୀ ଇନ୍ସପେକ୍ଟର ସାଗରୀକା ପ୍ରଧାନ ଙ୍କ ତତ୍ତ୍ୱlବଧାନରେ ଅବକାରୀ ବିଭାଗଚଢ଼ାଉ କରି ଚଢ଼ାଉ କରି ବାସନ୍ତୀ ପାତ୍ରଙ୍କ ଘରୁ 30 କିଲୋଗ୍ରାମ ଗଞ୍ଜେଇ ଜବତ କରି ଗିରଫ କରିଥିଲେ l ଆଜି ଅଭିଯୁକ୍ତ ବାସନ୍ତୀ ପାତ୍ର ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି l ଚଢ଼ାଉରେ ବୌଦ୍ଧ ଅବକାରୀ ଇନ୍ସପେକ୍ଟର ଶ୍ରୀମତୀ ସାଗରୀକା ପ୍ରଧାନ, ହରଭଙ୍ଗା ଅବକାରୀ ଷ୍ଟେସନର ଏସଆଇ, ଓଆଇସି ଶ୍ରୀ ସୂର୍ଯ୍ୟକାନ୍ତ ମଲ୍ଲିକ, ହରଭଙ୍ଗା ଅବକାରୀ ଷ୍ଟେସନର ଏଏସଆଇ ଶ୍ରୀ ପବିତ୍ର ଜଗଦେବ ପ୍ରମୁଖ ସାମିଲ ଥିଲେ l ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More