+୨ ବାଣିଜ୍ୟରେ ଜିଲ୍ଲା ଟପର୍ ସୁଭ୍ରଜିତ୍ ସିଂହଙ୍କୁ ପୁଷ୍ପଗୁଛ ସମ୍ବର୍ଦ୍ଧିତ କଲେ ବିଜେପି ଯୁବମୋର୍ଚ୍ଚା ସଭାପତି ବିନ୍ଦୁସାଗର ଦାଶ
କେନ୍ଦ୍ରାପଡା(ସଂଘର୍ଷ ମିଡିଆ) : ଆଜି କେନ୍ଦ୍ରାପଡା ବିଜେପି ଯୁବମୋର୍ଚ୍ଚା ତରଫରୁ +୨ ବାଣିଜ୍ୟରେ ଜିଲ୍ଲା ଟପର୍ ସୁଭ୍ରଜିତ୍ ସିଂହଙ୍କୁ ତାଙ୍କ ଦୁହୁରିଆ ମରଡପୁର ସ୍ଥିତ ବାସଭବନରେ ଭେଟି ପୁଷ୍ପଗୁଛ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଛନ୍ତି ଯୁବମୋର୍ଚ୍ଚା ସଭାପତି ବିନ୍ଦୁସାଗର ଦାଶ ଓ ଜିଲ୍ଲା ସାଧାରଣ ସଂପାଦକ ଅଭିମନ୍ୟୁ ଗୋଛାୟତ ସହିତ ଦଳର କର୍ମୀମାନେ । ଚଳିତ ବର୍ଷ +୨ ବାଣିଜ୍ୟ ପରିକ୍ଷାରେ ଜିଲ୍ଲାରେ ସର୍ବୋଚ୍ଚ ୯୪.୦୩% ନମ୍ବର ରଖି କେନ୍ଦ୍ରାପଡା ଜିଲ୍ଲାରେ ବାଣିଜ୍ୟ ବିଭାଗରେ ଜିଲ୍ଲା ଟପର୍ ହୋଇଛନ୍ତି । ସେ କେନ୍ଦ୍ରାପଡାର ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ର । ସ୍ୟାମଶୁନ୍ଦର ପଞ୍ଚାୟତ ର ମରଡପୁର ଗାଁର ରଞ୍ଜିତ ସିଂହ ଙ୍କ ପୁତ୍ର । ତାଙ୍କର ଆର୍ଥିକ ସ୍ଥିତି ସ୍ବଛଳ ଥିଲେ ମଧ୍ୟ ସେ ଅଟକି ନଯାଇ ଭଉଣୀ ସନ୍ଧ୍ୟାରାଣୀ ସିଂହଙ୍କ ପ୍ରେରଣାରେ ଆଜି ସେ ଜିଲ୍ଲା ଟପର୍ ହୋଇଥିବା କହିଛନ୍ତି ନିଜେ ସୁଭ୍ରଜିତ୍ । ଏହା ସହିତ କଲେଜ ର ଅଧ୍ୟାପକ ଓ କୋଚିଂ ସାର୍ ଓ ପରିବାର ବାପା ମା ଙ୍କୁ ମଧ୍ୟ ଶ୍ରେୟ ଦେଇଛନ୍ତି । ଦିନକୁ ୧୨ ଘଣ୍ଟାରୁ ଅଧିକ ସମୟ ପରିଶ୍ରମ କରି ଆଜି ଏହି କୃତିତ୍ବ ଅର୍ଜନ କରିଥିବା କହିଛନ୍ତି । ଜୀବନରେ ସେ ଚାଟାର୍ଡ ଆକାଉଣ୍ଟାନ ହେବା ଲକ୍ଷ୍ୟରଖିଛନ୍ତି ସୁଭ୍ରଜିତ୍ । ଭଉଣୀ ସନ୍ଧ୍ୟାରାଣୀ ମଧ୍ୟ କେନ୍ଦ୍ରାପଡା ସ୍ବୟଂଶାସିତ ମହାବିଦ୍ୟାଳୟ ର +୩ ଛାତ୍ରୀ । ବାଣିଜ୍ୟ ବିଭାଗରେ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସୁଭ୍ରଜିତ୍ ଙ୍କ ପାଇଁ ପରିବାର ଲୋକେ ଖୁସି ମନାଉଛନ୍ତ ।