୨୩ତମ‌ ଭାରତ ମସଲା ପ୍ରତିଭା ସମ୍ମାନ ଅନୁଷ୍ଠିତ

16

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : କଟକ ରାମଦାସପୁର ଠାରେ ଭାରତ ମସଲା କମ୍ପାନୀ ପରିସରରେ ଅନୁଷ୍ଠିତ ହୋଇଯାଇଛି ୨୩ତମ‌ ଭାରତ ମସଲା ପ୍ରତିଭା ସମ୍ମାନ ଏବଂ ଭାରତ ମସଲାର ବାର୍ଷିକ ଉତ୍ସବ ସମାରୋହ ୨୦୨୨। ଏହି ସମାରୋହକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ର ମନ୍ତ୍ରୀ ପ୍ରୀତି ରଂଜନ ଘଡେ଼ଇ ଉଦ୍ ଘାଟନ କରିଥିଲେ।ଏହି ସମାରୋହରେ ବଡ଼ମ୍ବା ବିଧାୟକ ଦେବି ପ୍ରସାଦ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଏହି ସମାରୋହରେ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତକୁ ଚଳିତ ବର୍ଷର ଭାରତ ଗୈାରବ ସମ୍ମାନ ରେ ସମ୍ମାନିତ କରାଯାଇଛି। ସେହିପରି ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଡାକ୍ତର ଦାସରଥୀ ଦାସଙ୍କୁ କଥା ଭାରତ ସମ୍ମାନ ଓ ମୁମ୍ବାଇର ମୁଖ୍ୟ ଆୟକର କମିଶନର ମନୋରଞ୍ଜନ ପାଣିଗ୍ରାହୀକୁ ସମ୍ମାନିତ କରାଯାଇଛି। ଜଣାଶୁଣା ମହିଳା କ୍ରିକେଟ ଖେଳାଳି ମଧୁସ୍ମିତା ବେହେରାଙ୍କୁ କ୍ରିଡ଼ା ଭାରତ ସମ୍ମାନ ଏବଂ ଓଡ଼ିଶାର କିମ୍ବଦନ୍ତୀ ଅଭିନେତା ଓ ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦଙ୍କୁ ସଂସ୍କୃତି ଭାରତ ସମ୍ମାନ, ଏବଂ ଚଳିତ ବର୍ଷ ଯୁକ୍ତ ଦୁଇ କଳା, ବାଣିଜ୍ୟ, ବିଜ୍ଞାନରେ ସବୋର୍ଚ୍ଚ ନମ୍ବର ରଖିଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟା ଭାରତ ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ଏହି ସମାରୋହରେ ଭାରତ ମସଲା ପରିଚାଳନା ନିର୍ଦ୍ଦେଶକ ସୁସାନ୍ତ କୁମାର ପଣ୍ଡା,ଜୟ ଭାରତ ଫାଉଣ୍ଡେସନ ର ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପଣ୍ଡା, ନିର୍ଦ୍ଦେଶକ ଶ୍ରୀମନ୍ତ କୁମାର ପଣ୍ଡା,ଦିଗନ୍ତ କୁମାର ପଣ୍ଡା, ନିର୍ଦ୍ଦେଶିକା ନମିତା ପଣ୍ଡା, ନନ୍ଦିତା ପଣ୍ଡା,ଭାରତ ମସଲା ର ମହାପ୍ରବନ୍ଧକ ଅରୁଣ କୁମାର ନାୟକ ପ୍ରତିଭା ସମ୍ମାନ ରେ ମନୋନୀତ ହୋଇଥିବା ବ୍ୟକ୍ତି ମାନଙ୍କୁ ସମ୍ମାନିତ କରିଥିଲେ। କଟକରୁ ସୁରେଶ ଚନ୍ଦ୍ର ରାଉତଙ୍କ ରିପୋର୍ଟ ସଂଘର୍ଷ ନ୍ୟୂଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More