୨୩କେଜି ଗଞ୍ଜେଇ, ୭୭ ଖଣ୍ଡ ଚଉକାଠ ସମେତ ବାଇକ ଓ ପିକଅପ ଜବତ

14

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : – ବୌଦ୍ଧ ଜିଲ୍ଲା ଘଣ୍ଟାପଡା ପୋଲିସ ପକ୍ଷରୁ ୨୩କେଜି ଗଞ୍ଜେଇ, ୭୭ ଖଣ୍ଡ ଚଉକାଠ ସମେତ ବାଇକ ଓ ପିକଅପ ଜବତ କରାଯାଇଛି l ସୂଚନା ପ୍ରକାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଘଣ୍ଟାପଡା ଥାନା ଅଧିକାରୀ ଗଣନାଥ ଥନାପତିଙ୍କ ନେତୃତ୍ୱରେ ସଦଳବଳ ପେଟ୍ରୋଲିଂ କରୁଥିଲେ ଏହି ସମୟରେ ଖୁଣ୍ଟିଗୋରା ଦିଗରୁ କଣ୍ଟାମାଳ ଦିଗକୁ ଯାଉଥିବା ଏକ ପେଶନପ୍ରୋ ବାଇକ (ଓଡି-୧୭ଏନ-୭୬୯୯) ଏବଂ ବଲେରୋ ପିକଅପ ଗାଡି (ଓଡି-୨୮-୧୪୦୮)କୁ ପୋଲିସ ସନ୍ଦେହ କରି ପିଛା କରିଥିଲା l ଗାଡି ଚାଳକ ଦୁହେଁ ୪୧ ନମ୍ବର ରାଜ୍ୟ ରାଜପଥର କୁରୁକୁପା ଛକ ନିକଟରେ ଗାଡି ଛାଡିଦେଇ ଫେରାର ହୋଇଯାଇଥିଲେ l ଗାଡି ଯାଞ୍ଚ କରିବାରୁ ଗଞ୍ଜେଇ ସମେତ ଚଉକାଠ ବାହାରିଥିଲା l ଜବତ ଗଞ୍ଜେଇର ପରିମାଣ ୨୩କେଜି ଏବଂ ପିକଅପ ଡ଼ାଳାରେ ୭୭ ଖଣ୍ଡ ଚଉକାଠ ରହିଥିବା ଜଣାପଡିଛି l ଉକ୍ତ ବିଷୟରେ ଘଣ୍ଟାପଡା ଥାନାରେ କେସ ନଂ.୩୬/୨୩ ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚଳାଇଥିବା ନେଇ ତଦନ୍ତକାରୀ ଅଧିକାରୀ ଗଣନାଥ ଥନାପତି ସୂଚନା ଦେଇଛନ୍ତି l ପେଟ୍ରୋଲିଂ ସମୟରେ ଏସଆଇ ବିଶ୍ଵାମିତ୍ର ଲୋଇ ସମେତ ଏଏସଆଇ ପ୍ରଦୀପ କୁମାର ବେହେରା, କନଷ୍ଟେବଳ ଏସ. ମିର୍ଧା, ଶଶାଙ୍କଶେଖର ସାହୁ, ହୋମଗାର୍ଡ ଗିରିଶ ଚନ୍ଦ୍ର କହଁର, ଜଳେଶ୍ୱର କୁମ୍ଭାର ଓ ବିଶ୍ୱଜିତ ପୁଟା ପ୍ରମୁଖ ସାମିଲ ଥିଲେ l ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More