୨୦୨୪ନିର୍ବାଚନ ଆଗରୁ ଭେଳିକି: ପଞ୍ଚାୟତରୁ ଜିଲ୍ଲା ମୁଖ୍ୟାଳୟକୁ ସଂଯୋଗ କରିବ ୯ ସରକାରୀ ବସ

13

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ) ): – ନବରଙ୍ଗପୁର ଜିଲ୍ଲାର ପ୍ରତି ବ୍ଲକକୁ ସରକାରୀ ବସ ଚଳା ଚଳ ତଥା ଲୋକଙ୍କୁ ବସ ସେବା ଯୋଗାଇବା ପାଇଁ ସରକାରୀ ସ୍ଥରରେ ଚାଲିଛି ବିଚାର ବିମର୍ଶ। ନବରଙ୍ଗପୁର ଜିଲ୍ଲାପାଳ ୧୦ ବ୍ଲକର ଗୋଷ୍ଟି ଉନୟନ ଅଧିକାରୀଙ୍କ ସହ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିଛନ୍ତି । ସେହି କ୍ରମରେ ଜିଲ୍ଲାର ସମସ୍ତ ଗୋଷ୍ଟି ଉନୟନ ଅଧିକାରୀ ଉକ୍ତ କନଫରେନ୍ସରେ ଯୋଗଦେଇଥିଲେ । ସରକାର ଲୋକଙ୍କୁ ବସ ସେବା ଯୋଗାଇବା ପାଇଁ ସହରାଞ୍ଚଳ ଗୁଡିକରେ ମୋ ବସ ସମେତ ଅନେକ ବ୍ୟବସ୍ଥା କରିଛନ୍ତି । କିନ୍ତୁ ଗ୍ରାମାଞ୍ଚଳ ଗୁଡିକରେ ଲୋକେ ଉପଯୁକ୍ତ ବସ ସେବା ପାଇପାରୁନଥିବାଋ ନାନା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ତେଣୁ ସରକାରଙ୍କ ଏହି ନିଷ୍ପତି ଫଳପ୍ରଦ ହେଲେ ଲୋକେ ବହୁମାତ୍ରାରେ ଉପକୃତ ହେବା ନେଇ ବୁଦ୍ଧିଜୀବୀ ମହଲ ମତ ପ୍ରକାଶ କରିଛନ୍ତି । ତେବେ ଏହି ଅଞ୍ଚଳରେ ଲୋକଙ୍କୁ ଉପଯୁକ୍ତ ବସ ସେବା ମିଳିପାରୁ ନଥିବା ଅଭିଯୋଗ ହେଉଛି । ବସ ଗୁଡିକ ପ୍ରତି ବ୍ଲକରେ ପଂଚାୟତ ଗୁଡିକ ସହ ଯୋଗାଯୋଗ କରିବ । ଜିଲ୍ଲା ମୁଖ୍ୟାଳୟରୁ ବ୍ଲକ ଗୁଡିକ ସହ ମଧ୍ୟ ବସ ଯୋଗାଯୋଗ କରିବା ନେଇ ସୂଚନା ମିଳିଛି । ତେନ୍ତୁଳିଖୁଣ୍ଟି ବ୍ଲକର ଝରିଗୁମ୍ମା ,କଣ୍ଟା ଗାଁ ,ପାତ୍ରପୁଟ ,ଅମଲାଭଟ୍ଟା, କାମତା ,ଅଞ୍ଚଳଗୁମ୍ମା ତେନ୍ତୁଳିଖୁଣ୍ଟି ,ଦିଗି ପାଇଁ ଏକ ରୁଟ ଏବଂ ଗୌଡ ଦେଓପାଲି ,ଲମତାଗୁଡା ,ମଞ୍ଚାଗାଁ ,ତେନ୍ତୁଳିଖୁଣ୍ଟି କୁକୁଡ଼ାବାଇ କଙ୍ଗ୍ରା ଆଦି ପଂଚାୟତ ପାଇଁ ଅନ୍ୟ ଏକ ରୁଟ ପାଇଁ ପ୍ରସ୍ତାବ ଦିଆଯାଇ ଥିବା ଜଣାପଡିଛି । ପ୍ରଥମ ରୁଟ ରେ ୪୧ କିମି ଯାତ୍ରା ଏବଂ ଦିତୀୟ ରୁଟରେ ୪୯ କିମି ଯାତ୍ରା କରିବା ସହ ଖୁବ କମ ସମୟରେ ଏହି ବସ ଗୁଡିକ ଯାତ୍ରା କରିବେ ବୋଲି ସୂଚନା ମିଳିଛି। ସେହିଭଳି କୋଷାଗୁମୁଡ଼ା ରେ ୨ଟି ବସରୁ ପ୍ରଥମ ବସ ବ୍ଲକର ବଡ଼ଆମ୍ବଡ଼ା ଉକିଆପାଲି ସାନଆମ୍ବଡ଼ା ବିଞ୍ଜିଲି ଏମ୍ କେରାଗାଁ ବ୍ରାହ୍ମଣୀ ରାଜଡା ପଣ୍ଡୁଗୁଡ଼ା କୋଷାଗୁମୁଡ଼ା ଦେଇ ଚଳାଚଳ କରିବ। ୨ୟ ବସ ମତିଗାଁ ବାଙ୍କୁଲି ବାଲେଗାଁ ଟେମରା କୋଷାଗୁମୁଡ଼ା ସନ୍ତୋଷପୁର ମାଝୀ ଦନୁଆ ଦେଇ ଚଳାଚଳ କରିବ।ସେହି ଭଳି ବ୍ଲକରୁ ଜିଲ୍ଲାକୁ ସଂଯୋଗ କରିବାକୁ କୋଷାଗୁମୁଡ଼ା ଠାରୁ ବାହାରି ଭାଟିଗାଁ ନବରଙ୍ଗପୁର ମୋଟ ୪୧କିମି ଗତି କରି ଜିଲ୍ଲା ମୁଖ୍ୟଳୟରେ ପହଞ୍ଚିବ। ନନ୍ଧାହାଣ୍ଡି ବ୍ଲକର ଦଣ୍ଡରା ମେଣ୍ଟରି ଜଗନାଥପୁର ଝାଡବନ୍ଦଗୁଡ଼ା ଦହଣା ଡଙ୍ଗରଭେଜା ନିଶ୍ନାହାଣ୍ଡି ମୋଟ ୪୪କିମି ଦେଇ ପ୍ରଥମ ରୁଟରେ ଚଳାଚଳ କରିବ।ସେହିଭଳି ୨ୟ ରୁଟ ରେ ବି.ମାଲିଗୁଡ଼ା ପଡାଲଗୁଡ଼ା ସିନ୍ଧିଗୁଡ଼ା ନନ୍ଧାହାଣ୍ଡି ଦେଇ ଚଳାଚଳ କରିବ।ସେହିଭଳି ବ୍ଲକ୍ ମୁଖ୍ୟାଳୟରୁ ବାହାରି ସିନ୍ଧିଗୁଡ଼ା ଦେଇ ଜିଲ୍ଲା ମୁଖ୍ୟଳୟ କୁ ଯିବାକୁ ମୋଟ ୧୨କିମି ରାସ୍ତା ଅତକ୍ରମ କରିବ। ସେହିଭଳି ଜିଲ୍ଲାର ଅନ୍ୟ ସବୁ ବ୍ଲକରେ ୨ବସ ଓ ବ୍ଲକ୍ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟ ଯାଏ ଗୋଟିଏ ବସ ଚଳାଚଳ କରିବାକୁ ବିଚାର ବିମର୍ଶ ହୋଇଥିବା ସୂଚନା ମିଳିଛି। ତେବେ ରାସ୍ତା ଗୁଡିକ ମଧ୍ୟ ସଠିକ କରିବା ପାଇଁ ସମ୍ପୃକ୍ତ ରାସ୍ତା ଅନ୍ତର୍ଗତ ବିଭାଗ ଗୁଡିକୁ ଆଦେଶ ମଧ୍ୟ ଦିଆଯାଇଥିବା ଜଣାପଡିଛି । ଏହି ଆଲୋଚନାରେ ଜିଲ୍ଲାପାଳଙ୍କ ସମେତ ସମସ୍ତ ବିଡିଓ ,ପରିବହନ ବିଭାଗ ସମେତ ଜିଲ୍ଲା ସ୍ଥରୀୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ । ସେହିଭଳି ବ୍ଲକରୁ ପଞ୍ଚାୟତ ଏହି ନିଷ୍ପତି କେବେ ଏବଂ କିଭଳି କାର୍ଯ୍ୟକାରୀ ହେଉଛି ନା ୨୦୨୪ ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି ଏଭଳି ଭେଳେକି କାର୍ଯ୍ୟକ୍ରମ ଆତକୁ ନିଆ ଯାଉଛି।ସୂଚନା ଥାଇକି ପୂର୍ବରୁ ବିଜୁ ଗାଁ ଗାଡ଼ି ଗାଁ ଗାଁରେ ଚାଲିବ ବୋଲି ସରକାର ଡିଡିମି ପିଟି କହିଥିଲେ। ତାହା ଆଜି ଉଭାନ୍ ହୋଇଗଲା।ପୁଣି ଏବେ ପଞ୍ଚାୟତ ଠାରୁ ବ୍ଲକ, ବ୍ଲକ ଠାରୁ ଜିଲ୍ଲା ମୁଖ୍ୟାଳୟକୁ ସଂଯୋଗ କରିବାକୁ ଆଉ ଏକ ନୂତନ ମାଷ୍ଟର ମାଇଣ୍ଡ କରି କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି କେତେ ସତ କେତେ ମିଛ ତାହା ଜିଲ୍ଲାବାସୀ ଦେଖିବାର ବାକି ରହିଲା । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More