୨୦୨୦ ମସିହା ଓଡ଼ିଶାକୁ ଛାଡୁନି ବିପଦ

25

Get real time updates directly on you device, subscribe now.

କେନ୍ଦ୍ରାପଡ଼ା( ସଂଘର୍ଷ ମିଡିଆ ) :  ଦକ୍ଷିଣ ଓ ଚିନ୍ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ (ନୋଉଲ) ଆଜିସୁଦ୍ଧା ହେବାସହ ଅନେକ ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସୂଚନା ଦେଇଛନ୍ତି ଭୁବନେଶ୍ୱର ପାଣିପାଗ ବିଭାଗ।

କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ରାଜନଗର ଓ ଆଳି ରାଜକନିକା ବ୍ଲକର ଲୋକମାନେ ଏହି ୨୦୨୦ ମସିହାରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କରୋନା ସମୟରେ ବିଲ କ୍ଷେତରୁ ମୁଗ ପୋକ ଲାଗି ସମସ୍ତ ଫସଲ ନଷ୍ଟ ହୋଇଥିବା ବେଳେ। ପ୍ରଳୟଙ୍କରୀ ବନ୍ୟାରେ ଲୋକମାନଙ୍କ ଚାଷୀଙ୍କ ଫସଲ ଉଜୁଡି ଜାଇଛି ଓ ହଜାର ହଜାର ଲୋକମାନଙ୍କ ଘରେ ପାଣି ପଶିଯିବାରୁ ଲୋକମାନେ ବେଘର ହେବା ସ୍ଥଳେ ଏବେ ଲଘୁଚାପ ଜନିତ ଲଗାଣ ବର୍ଷା ତିନି ଦିନ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ଜିଲ୍ଲାର ଲୋକମାନଙ୍କ ଚିନ୍ତାର ବିଷୟ ପାଲଟିଛି। ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଗାଈଗୋରୁ ଓ ଛେଳି ମେଣ୍ଢା ଆଦି ଖାଇବା ବିନା ବଞ୍ଚିବାରେ ବାଧକ ସୃଷ୍ଟି ହୋଇଛି। ସରକାର ଲୋକମାନଙ୍କୁ କିଛି କିଛି ରିଲିଫ୍ ଦେଉଥିବା ବେଳେ ଗାଈଗୋରୁଙ୍କ ପାଇଁ ପ୍ରଯ୍ୟାପ୍ତ ପରିମାଣର ରିଲିଫ ନାହିଁ। କାରଣ ଗୋମାତା ତଥା ଗାଈଗୋରୁ କହିବାର ସକ୍ଷମ ନଥିବାରୁ। ସରକାର ଗୋମାତାଙ୍କ ପ୍ରତି ଅବହେଳା କରୁଥିବାର ନଜରକୁ ଆସିଛି। କରୋନାର ମହାମାରୀ ପାଇଁ ବହୁତ ଯୁବ ସମାଜ ରୋଜଗାର ହରାଇଥିବା ବେଳେ ଏବେ ପରିବାର ବଜାରରେ ୮୦ ଓ ୧୦୦ ଟଙ୍କା ତଳକୁ ପରିବାର ନାହିଁ ଓ ଆଳୁ କେଜି ପ୍ରତି ୩୫ ଟଙ୍କା ଥିବାବେଳେ ପରିବାର ଚଳାଇବା ପାଇଁ ଅସମର୍ଥ ସୋଇପଡିଛନ୍ତି। ପଟ୍ଟାମୁଣ୍ଡାଇରୁ ସୂର୍ଯ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More