କେନ୍ଦ୍ରପଡା(ସଂଘର୍ଷ ମିଡିଆ ) : ଆଜି କେନ୍ଦ୍ରାପଡା ଜିଲ୍ଲା ଆମ୍ ଆଦମୀ ପାର୍ଟିର ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମୀଳନୀ କେନ୍ଦ୍ରାପଡା କାକଟ ଲକ୍ ର ସ୍ବୟଂ ସେଲିବ୍ରେସନ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆମ୍ ଆଦମୀ ପାର୍ଟି ସାଧାରଣ ଲୋକଙ୍କ ସମସ୍ୟାକୁ ନେଇ ଗାଁ ଗାଁରେ ପ୍ରଚାରପ୍ରସାର କରୁଥିବା ବେଳେ ଲୋକମାନେ ବି ଆମ୍ ଆଦମୀ ପାର୍ଟି ନିତି ଆଦର୍ଶକୁ ଭଲପାଇ ପାର୍ଟିରେ ଯୋଗ ଦେଉଛନ୍ତି । ରାଜ୍ୟର ଦିନକୁ ଦିନ ଅହେତୁକ ବିଦ୍ୟୁତ ଦର ବଢ଼ିବା ଫଳରେ ଲୋକେ ବିଜେଡି ସରକାର ଉପରେ ବିତୃଷ୍ନା ହୋଇପଡିଲେଣି । ଦିଲ୍ଲୀ ଓ ପଞ୍ଝାବ ରେ ସଫଳ ହୋଇଥିବା ଯୋଜନାକୁ ଓଡିଶାରେ ପ୍ରତିଫଳିତ କରିବା ପାଇଁ ଜୋରଦାର ଚେଷ୍ଟା ଚାଲିଛି । ଆଜି ବିଦ୍ୟୁତ ଦର ବୃଦ୍ଧିକୁ ପ୍ରତିବାଦ କରି ୨୦୦ ୟୁନିଟ ବିଜୁଳି ଫ୍ରି ଦେବାପାଇଁ ଆମ୍ ଆଦମୀ ପାର୍ଟି ଦସ୍ତଖତ ଅଭିଯାନ ଆରମ୍ଭ କରିଛି । ଏପର୍ଯ୍ୟନ୍ତ କେନ୍ଦ୍ରାପଡା ଜିଲ୍ଲାରେ ୧୦ ହଜାରରୁ ଅଧିକ ଲୋକଙ୍କ ଦସ୍ତଖତ କରିଥିବା ବେଳେ ଆଗାମୀ ଦିନରେ ମାନଙ୍କରେ ଏହା ଦଶ ଲକ୍ଷରେ ପହଂଚିବାର ଆଶା ରଖାଯାଇଛି.ଓ ଓଡିଶା ଭଳି ରାଜ୍ୟରେ ବିଦ୍ୟତ ଉତ୍ପାଦନ ହେଉଥିବା ବେଳେ ସରକାର ଟାଟା ପାୱାର ହାତକୁ ଟେକିଦେଇ କୋଟି କୋଟି ଟଙ୍କା ନେଇ ସାଧାରଣ ଲୋକଙ୍କୁ ଟାଟା ପାୱାର ର ଅତ୍ୟାଚାର କରିବା ପାଇଁ ଲାଇସେନ୍ସ ଦେଇଛନ୍ତି. ଲୋକଙ୍ ଖାଇବା ପିନ୍ଧିବା ପରେ ନିତ୍ୟାନ୍ତ ଅବଶ୍ୟକ ବିଦ୍ୟୁତ ହୋଇଥିବା ବେଳେ ସରକାର ଓ ଟାଟା ପାୱାର ମିଳିତ ଉଦ୍ୟମରେ ସାଧାରଣ ଲୋକଙ୍କୁ ଲୁଟିବାରେ ବ୍ୟସ୍ତ ଅଛନ୍ତି .ଦୁର୍ନୀତି ଖୋର ସରକାର କବଳରୁ ଗରିବ ନିଷ୍ପେସିତ ଲୋକ ମାନଙ୍କୁ ରକ୍ଷା କରିବା ପାଇଁ ଆମ ଆଦମୀ ପାର୍ଟି 200 ୟୁନିଟ ଫ୍ରି ବିଜୁଳି ଦେବାର ମୁଦା ଉତୋଳନ କରିଥିବାର ଦେଖିବାକୁ ମିଳିଛି ।
Get real time updates directly on you device, subscribe now.
Prev Post