୨୦ଲକ୍ଷ ଟଙ୍କାର ତମ୍ବାତାର ଓ ଆଲୁମିନିୟମ ଚୋରି ଅଭିଯୋଗରେ ୯ଗିରଫ

19

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – ବିଶୋଇ ବ୍ଲକର ମଣଦା ଫାଣ୍ଡି ଅନ୍ତର୍ଗତ ଶ୍ରୀରାମପୁରର ଟ୍ରାନ୍ସଫର୍ମରରୁ କଏଲ୍ ଚୋରି ନେଇ ରାଇରଙ୍ଗପୁର ଉପଖଣ୍ଡ ଥାନାଅଧିକାରୀଙ୍କ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ ହୋଇଥିଲା | ସୂଚନାନୁସାରେ,ଗତ ମାସ ଏପ୍ରିଲ ୨ ତାରିଖ ବିଶୋଇ ବିଦ୍ୟୁତ୍ ବିଭାଗର କନିଷ୍ଠ ଯନ୍ତ୍ରୀ ସମୀର କୁମାର ଆଚାର୍ଯ୍ୟଙ୍କ ରିପୋର୍ଟକୁ ଭିତ୍ତି କରି ବିଶୋଇ ଥାନା ରେ କେସ୍ ନଂ ୨୬/୨୩ ରେ ଦଫା ୩୭୯ ପଞ୍ଜୀକୃତ କରାଯାଇଥିଲା |ତାପରେ ତଦନ୍ତ ସମୟରେ , ବାରିପଦା ସାଇବର ସେଲର ସହାୟତା ନେଇ ସଦିଗ୍ଧ ମୋବାଇଲ ନମ୍ବରମାନଙ୍କର ନିରୀକ୍ଷଣ କରିବାରୁ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଗୋଷାଣିପାଳ ଗ୍ରାମର ଅସିତ କୁମାର ସାହୁ ଯିଏ କି ଜଣେ ଇଲେକ୍ଟ୍ରିକାଲ କଣ୍ଟ୍ରାକ୍ଟରଙ୍କ ସଂପୃକ୍ତି ଥିବା ଜଣାପଡିଥିଲା | ତାଙ୍କୁ ପୋଲିସ ଧରିବା ପରେ ସେ ଦୋଷ ସ୍ବିକାର କରିଥିଲେ ଓ ଅନ୍ୟଆଠ ଜଣ ଏହି ଚୋରି କରିବା ସ୍ବୀକାର କରିଥିଲେ। ଚଢେଇଭୋଳର ସ୍କ୍ରାପ୍ ଡିଲର ଏମ୍ ଡି ଇମାନିନ୍ ଖାଁ ପାଖରେ ବିକ୍ରି କରିଥିବାର ପ୍ରକାଶ କରିଥିଲେ |ଚଢେଇଭୋଳର ଇମାନିନ୍ ଖାଁ ଓ ଜାଭେଦ୍ ଖାଁ ପାଖରୁ ଚୋରି ହୋଇଥିବା ମାଲ ଜବତ୍ କରାଯାଇଥିଲା | ସେମାନେ ଦେଓଗଡ,କେନ୍ଦୁଝରର ପାଟଣାଥାନା ଓ ବିଶୋଇ ,ରରୁଆଁ ଥାନା ଅଞ୍ଚଳରେ ଚୋରି କରିଥିବା ସ୍ବୀକାର କରିଥିଲେ। ସ୍କ୍ରାପ୍ ଗୋଦାମ ଚଢାଉ କରିବାରୁ ସେଠାରେ ପ୍ରାୟ ୨୦ ଲକ୍ଷରୁ ଅଧିକ ଟଙ୍କାର ଆଲୁମିନିୟମ୍ ଓ ତମ୍ବାତାର ଗଚ୍ଚିତ ଥିବାର ମିଳିଥିଲା | ଏହି ଘଟଣାରେ ସର୍ବମୋଟ ୯ ଜଣ ଲୋକ ଗିରଫ ହୋଇଛନ୍ତି । ଆଲୁମିନିୟମ୍ ଓ ତମ୍ବାତାର ,ଦୁଇଗୋଟି ପିକ୍ଅଫ୍ ଭ୍ୟାନ୍ ,ଏକ ସୁଇଫ୍ଚ୍ ଡିଜେରି କାର, ପାଞ୍ଚଗୋଟି ମୋବାଇଲ ଫୋନ୍ ଜବତ୍ ହୋଇଛି |ବୁଧବାର ସମସ୍ତ ମୁଦାଲାମାନଙ୍କୁ କୋର୍ଟ ଚାଲାଣ କରାଯାଇଛି |ସେମାନେ ହେଲେ ଅସିତ କୁମାର ସାହୁ,ଚନ୍ଦନ କୁମାର ସାହୁ,ବାପୁନ ମାଣ୍ଡି,ଜିତେନ୍ ସିଂ,ସୁକୁନ୍ ସିଂ,ରୁଇତୁ ସିଂ, ଆଶିଷ ସିଂ,ଏମ୍ ଡି ଇମାନିନ୍ ଖାଁ ଓ ଜାଭେଦ୍ ଖାନ୍ |ଉକ୍ତ ଚୋରିକୁ ବୁଧବାର ଦିନ ଅପରାହ୍ନ ୪ଟା ସମୟରେ ସାମ୍ବାଦିକ ସମ୍ମିଳନୀ କରି ଥିଲେ । ରାଇରଙ୍ଗପୁର ଉପଖଣ୍ଡ ଥାନାଅଧିକାରୀ ଗୋକୁଳାନନ୍ଦ ସାହୁ ଏବଂ ଅନ୍ୟ ସହଯୋଗୀ ପୋଲିସ ଅଫିସ ଉପସ୍ଥିତ ଥିଲେ |ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More