୨୦ବର୍ଷର ପୁରୁଣା ସାଇକେଲରେ ୧୮୦୦ କି.ମି.କେଦାରନାଥ ଯାତ୍ରା କଲେ କଲେଜ ପଢୁଆ ୨୧ବର୍ଷର ଛାତ୍ର

26

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : ନବରଙ୍ଗପୁର ଜିଲ୍ଲାରେ ଆଦିବାସୀ, ହରିଜନ ସମ୍ପ୍ରଦାୟ ଲୋକେ ବସବାସ ବହୁ ମାତ୍ରାରେ କରୁଥିବା ଦେଖିବାକୁ ମିଳୁଥିବା ବେଳେ ଅନ୍ୟ ସମ୍ପ୍ରଦାୟର ମଧ୍ୟ ଉଣା ଅଧିକେ ରହିଛନ୍ତି। ନବରଙ୍ଗପୁର ଜିଲ୍ଲା ଦାବୁଗାଁ ବ୍ଲକ ଡଙ୍ଗରିଗୁଡା ଗ୍ରାମ ପଞ୍ଚାୟତ ବୋରିପଦର ଗ୍ରାମର ୨୧ ବର୍ଷ କଲେଜ ପଢୁଆ ଛାତ୍ରର ସାହାସକୁ ମାନିବାକୁ ପଡିବ । ତାକୁ ତାର ଏପରି ସାହାସିକତାକୁ ସମସ୍ତେ ସାଧୁବାଦ ନଦେଇ ରହିପାରିବେ ନାହିଁ। ସେହି ଛାତ୍ରଟି ହେଉଛି ବୋରିପଦର ଗ୍ରାମର ଶିକ୍ଷକ କବି ଡଙ୍ଗ୍ରିଙ୍କ ପୁଅ ନିହାର ରଞ୍ଜନ ଡଙ୍ଗ୍ରି(୨୧) ସେ ଘରର ଦୀର୍ଘ ୨୦ ବର୍ଷର ପୁରୁଣା ସାଇକେଲ ଧରି ଯୁକ୍ତ ୩ରେ ପାଠ ପଢୁଥିବା ଜୟପୁର ଡିଗ୍ରି କଲେଜରୁ ବାହାରି ଜୟପୁର ଅଭିମୁଖେ ବାହାରି ଥିଲେ। ଜୟପୁରରୁ ତା୪/୫/୨୦୨୨ରେ ସାଇକେଲରେ ଏକା ବାହାରି ପଡିଥିଲେ କେଦାରନାଥ ଅଭିମୁଖେ। ଦିର୍ଘ ୧୮୦୦ କିଲୋମିଟର ରାସ୍ତା ସାଇକେଲରେ ଯାତ୍ରା କରି ତା୨୨/୫/୨୦୨୨ ସନ୍ଧ୍ୟାରେ ହରିଦ୍ଵାରରେ ପହଞ୍ଚିଥିଲେ। ସେଠାରେ ଉତ୍ତର ପ୍ରଦେଶର ବରେଲି ଓ ରାମପୁରର ଦୁଇ ଜଣ୍ ପରିଭ୍ରମଣ ବ୍ୟକ୍ତିଙ୍କ ସହ ଦେଖା ହୋଇ ଥିଲା। କେଦାରନାଥଙ୍କ ପାଖକୁ ଯିବା ବନ୍ଦ ଥିବାରୁ ସେ ଫେରି ଆସିଥିଲେ। ଆଜି ଆଲ୍ହାବାଦରେ ପହଞ୍ଚି କୁମ୍ଭମେଳା ,ତ୍ରିବେଣି ସଙ୍ଗମ ସ୍ଥଳିକୁ ବୁଲି ସେଠାରେ ଗାଧୋଇ ଦୀପ ଦାନ କରି ରାତ୍ରିରେ ସେଠାରେ ରାତ୍ରି ଯାପନ କରି ସକାଳେ ପୁଣି ସାଇକେଲ ଯାତ୍ରା ଆରମ୍ଭ ହେବ ବୋଲି ସୁଚନା ଦେଇଥିଲେ ସାହାସି ଯୁବକ ନିହାର।ସେହି ଯୁବକଙ୍କ ଏପରି ସାହସିକତାକୁ ସବୁରି ମହଲରେ ସାଧୁବାଦ ଜଣାଇଛନ୍ତି।ନବରଙ୍ଗପୂର ଜିଲ୍ଳାରୁ ରଵିନାରାୟଣ ମହାନ୍ତିଙ୍କ ସହ ଡାବୁଗାଁ ବ୍ଲକ ପ୍ରତିନିଧି ଜି ବିନୋଦ କୁମାର,ସଙ୍ଘର୍ସ୍ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More