୨ୟ ସ୍ତ୍ରୀ ଗ୍ରହଣ କରି ଯୁବକ ଗିରଫ

14

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : -ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ତେନ୍ତୁଳିଗୁଡା ଗ୍ରାମର ରମେଶ ହରିଜନ (୨୨) ନାମକ ଯୁବକ ଦିତୀୟ ସ୍ତ୍ରୀ ଗ୍ରହଣ କରିଥିବା ଅଭିଯୋଗରେ ଗୁରୁବାର ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି | ସୂଚନାଯୋଗ୍ୟ: ଡାବୁଗାଁ ଥାନା ଅଧୀନ ତେନ୍ତୁଳିଗୁଡା ଗ୍ରାମର ରମେଶ ହରିଜନ ଓ ସେହି ଗ୍ରାମର ଫୁଲବୀଣା ହରିଜନ ୩ ବର୍ଷ ପୂର୍ବେ ୨ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା | ପରେ ୨ ଜଣଙ୍କର ବିବାହ ହୋଇଥିଲା | ୨ ଜଣ ସ୍ତ୍ରୀ ସ୍ଵାମୀ ଭାବେ ରହିଆସୁଥିଲେ | ତାଙ୍କର ୨ ବର୍ଷର ଶିଶୁ ପୁତ୍ର ମଧ୍ୟ ରହିଛି | କିଛି ଦିନ ହେଲା ସ୍ତ୍ରୀ ଫୁଲବୀଣା ଜାଣିବାକୁ ପାଇଥିଲେ ଯେ ସ୍ଵାମୀ ରମେଶ ଡ଼ଙ୍ଗରିଗୁଡା ଗ୍ରାମର ନମିତା ପନକା ନାମକ ଜଣେ ଯୁବତୀକୁ ଭଲ ପାଉଛି | ପରେ ସ୍ତ୍ରୀ ଫୁଲବୀଣା ଏହାର ବିରୋଧ କରିଥିଲେ | ଗତ ଦଶହରା ସମୟରେ ରମେଶ ଡ଼ଙ୍ଗରିଗୁଡା ଗ୍ରାମର ନମିତା ପନକାକୁ ସ୍ତ୍ରୀ କରି ଆଣି ନିଜ ଘରକୁ ଆସିଥିଲା | ଏହାପରେ ୨ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହେବ ସହ ରମେଶ ପ୍ରଥମ ସ୍ତ୍ରୀ ଫୁଲବୀଣାକୁ ମାରପିଟ କରିଥିଲେ | ପରେ ଫୁଲବୀଣା ନିଜ ବାପା ଘରକୁ ଚାଲି ଯାଇଥିଲେ | ଏନେଇ ବୁଧବାର ରାତିରେ ଫୁଲବୀଣା ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ପୋଲିସ ସ୍ଵାମୀ ରମେଶ ହରିଜନଙ୍କୁ ଗୁରୁବାର ଗିରଫ କରି ଥାନାକୁ ଆଣିଥିଲେ | ରମେଶ ହରିଜନଙ୍କ ଡାକ୍ତରୀ ମାଇନା କରାଯିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ ସୂଚନା ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲାରୁ ରଵି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More