୧୮ ଘଣ୍ଟା ପଡ଼ିଲା ପରେ ଶବ ହେଲା ସତ୍କାର

18

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – ବାପା ଅଜା ଅମଳରୁ ପୋତା, ପୋଡ଼ା ଯାଉଥିବା ଶ୍ମଶାନ ଆଜି ମାଟି ମାଫିଆଙ୍କ କବ୍ଜାରେ। ତେଣୁ ମୃତଦେହକୁ କେଉଁଠି ଏବେ ଶେଷକୃତ୍ୟ କରିବେ, ଚିନ୍ତା ରେ ମୃତକଙ୍କ ପରିବାର ଓ ଅଂଚଳବାସୀ। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ସୁକରପଡା ପଂଚାୟତର ଦେ-ପୋଖରୀ ନିକଟସ୍ଥ ଗ୍ରାମ୍ୟ ଶ୍ମଶାନକୁ କିଛି ମାଟି ମାଫିଆ ନିଜ କବ୍ଜାକୁ ନେଇ ସ୍ଥାନୀୟ ସରପଞ୍ଚଙ୍କ ପ୍ରୋତ୍ସାହନରେ ଶହ ଶହ ଟ୍ରିପ୍ ମାଟି ବିକ୍ରି କରୁଥିବା ସ୍ଥାନୀୟ ତହସିଲଦାରଙ୍କ ନିକଟରେ ଅଂଚଳବାସୀ କରିଛନ୍ତି ଅଭିଯୋଗ। ଖାଲି ସେତିକି ନୁହେଁ ଶ୍ମଶାନ ଜମି ରେ କିଛି ବ୍ୟକ୍ତି ବେପରୁଆ ଘର ତିଆରି ବି କରିଛନ୍ତି। ଅଂଚଳବାସୀ ପ୍ରଶାସନକୁ ବାରମ୍ବାର ଅଭିଯୋଗ କଲାପରେ କୈାଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଗତ ତିନି ଦିନ ତଳେ କଟକ-କେନ୍ଦ୍ରାପଡା ରାସ୍ତାର ସୁକରପଡା ଛକ ଠାରେ ଦୀର୍ଘ ସମୟ ରାସ୍ତା ଅବରୋଧ କରିଥିଲେ। ପରେ ସ୍ଥାନୀୟ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ମାଟି ମାଫିଆଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ସହିତ ଗ୍ରାମ୍ୟ ଶ୍ମଶାନକୁ ମାଟି ମାଫିଆ ମୁକ୍ତ କରିବାକୁ ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ହଟିଥିଲା।ପର ଦିନ ପ୍ରଶାସନ କୈାଣସି ପ୍ରତିଶ୍ରୁତି ପାଳନ ନକରିବାରୁ ପୁନଃ ଅଂଚଳବାସୀ ସୁକରପଡା ପଂଚାୟତ ଓ ରାଜସ୍ବ ନିରୀକ୍ଷକ ଙ୍କ କାର୍ଯ୍ୟାଳୟରେ ତାଲା ପକାଇଥିଲେ। ପରେ ବ୍ଲକ୍, ତହସିଲ ଓ ସ୍ଥାନୀୟ ପୋଲିସ ପ୍ରଶାସନ ଆସି ଗତକାଲି ଅପରାହ୍ନରେ ଉଭୟ ତାଲା ଭାଙ୍ଗି ଉଭୟ କାର୍ଯ୍ୟାଳୟର ଦ୍ବାର ଉନ୍ନୁକ୍ତ କରିଥିଲେ। କିନ୍ତୁ ଲୋକଙ୍କ ଅଭିଯୋଗ ପ୍ରତି କୈାଣସି ଧ୍ୟାନ ଦେଇ ନଥିଲେ କିମ୍ବା ଶ୍ମଶାନ କୁ ମାଟି ମାଫିଆଙ୍କ କବଳରୁ ଉଦ୍ଧାର କରିନଥିଲେ। ଏପଟେ ଏହି ପଂଚାୟତର ୭ ନମ୍ବର ଓ୍ୟାର୍ଡ ର ୭୦ ବର୍ଷୀୟ ବୃଦ୍ଧ ଉତ୍ତମ ଦାସଙ୍କ, ରୋଗାଗ୍ରସ୍ତ ଅବସ୍ଥାରେ ଗତକାଲି ସନ୍ଧ୍ୟାରେ ମୃତ୍ୟୁ ଘଟିଥିବା ବେଳେ ଏ ପର୍ଯ୍ୟନ୍ତ ମୃତ ବ୍ୟକ୍ତିଙ୍କୁ ଶ୍ମଶାନ ଅଭାବରୁ ଶେଷକୃତ୍ୟ ସଂପନ୍ନ ହୋଇ ପାରି ନଥିଲା। ଦୀର୍ଘ ୧୮ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ମୃତଦେହ ମୃତକଙ୍କ ଘର ପାଖରେ ପଡି ରହିଥିଲା। ସ୍ଥାନୀୟ ସୁକରପଡା ସରପଞ୍ଚ ମନୋଜ ମଲ୍ଲିକ ମୃତକଙ୍କ ଘରେ ପହଞ୍ଚି ଶବ ସତ୍କାର କରିବାକୁ ବୁଝାସୁଝା କରିବା ସହିତ ତାଙ୍କର ଶ୍ମଶାନରୁ ମାଟି ଚାଲାଣରେ କୈାଣସି ସଂପୃକ୍ତି ନାହିଁ ଏବଂ ତୁରନ୍ତ ମାଟି ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ଥାନୀୟ ତହସିଲଦାରଙ୍କୁ ସେ, ଜଣାଇଛନ୍ତି ବୋଲି ପ୍ରତିକ୍ରିୟା ରେ କରିଛନ୍ତି।ପରେ ମୃତକଙ୍କ ପରିବାର ଓ ଅଂଚଳବାସୀଙ୍କ ସହାୟତାରେ ଉକ୍ତ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଗଲା।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More