ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶନିବାର ଦିନ ୧୪ ଦିନିଆ କ୍ୱାରେଣ୍ଟାଇନ ଅବଧି ସମାପ୍ତ କରିଥିବା ଶ୍ରମିକଙ୍କୁ ରାଜ୍ୟ ଭିତରେ କାମ କରିବାକୁ ଅନୁମତି ଦେଇଛନ୍ତି। ସେମାନେ ନିଜ କର୍ମସ୍ଥଳୀକୁ ଯାଇ ପୁଣି କାର୍ଯ୍ୟରେ ଯୋଗ ଦେଇପାରିବେ।ରାଜ୍ୟ ସରକାରଙ୍କ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ନିଷ୍ପତ୍ତି ଅନୁଯାୟୀ, ରାଜ୍ୟ ଭିତରେ କାମ କରିବାକୁ ଚାହୁଁଥିବା ଶ୍ରମିକମାନେ ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରିପାରିବେ। ଏ ନେଇ ରାଜସ୍ୱ ବିଭାଗ କେତେକ ନିର୍ଦ୍ଦେଶାବଳୀ ଜାରି କରିଛି। ନିର୍ଦ୍ଦେଶାବଳୀ ଅନୁଯାୟୀ ଓଡିଶା ମଧ୍ୟରେ ଶିଳ୍ପ କିମ୍ବା ଏଜେନ୍ସି ଶ୍ରମ କଣ୍ଟ୍ରାକ୍ଟରମାନେ ସେମାନଙ୍କ ଶ୍ରମିକମାନଙ୍କୁ ନିର୍ଦ୍ଦିଷ୍ଟ ବସ୍ରେ ରହଣି ସ୍ଥଳରୁ କର୍ମକ୍ଷେତ୍ରକୁ ନେଇ ପାରିବେ ଏବଂ ସାମାଜିକ ଦୂରତା ଓ ଅନ୍ୟାନ୍ୟ ନିର୍ଦ୍ଦେଶାବଳୀର ପାଳନ କରିବେ। ସମ୍ପୃକ୍ତ ଏଜେନ୍ସି ବା ଶିଳ୍ପ କଂଟ୍ରାକ୍ଟରମାନେ ଶ୍ରମିକମାନଙ୍କ ପରିଚୟ, କେଉଁଠିକୁ ଯିବେ ଓ ବସର ପୂର୍ଣ୍ଣ ବିବରଣୀ ଜିଲ୍ଲା ଶ୍ରମ ଅଧିକାରୀଙ୍କ ମାଧ୍ୟମରେ ଜିଲ୍ଲାପାଳଙ୍କୁ ଅବଗତ କରାଇବେ ଓ ଜିଲ୍ଲାପାଳଙ୍କ ଠାରୁ ଅନୁମତି ପତ୍ର ଗ୍ରହଣ କରିବେ।
Get real time updates directly on you device, subscribe now.
Prev Post
ପୂର୍ବତନ ସ୍ଵାସ୍ଥ୍ୟ ଅଧିକାରୀ ସମେତ ପରିବାରର ୫ ସଦସ୍ୟଙ୍କ ମୃତଦେହ ଉଦ୍ଧାର, ହତ୍ୟା କିମ୍ବା ଆତ୍ମହତ୍ୟା କାରଣ ଅସ୍ପଷ୍ଟ
Next Post