୧୪ ଦଫା ଦାବୀ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଓଷ୍ଟାର ବିକ୍ଷୋଭ

12

Get real time updates directly on you device, subscribe now.

ନବରଙ୍ଗପୁର–() ନବରଙ୍ଗପୁର ଜିଲ୍ଲା ରେ ୧୪ ଦଫା ଦାବୀ ପୁରଣ ନେଇ ଓଡିଶା ମାଧ୍ୟମିକ ସ୍କୁଲ ସଂଘ (ଓଷ୍ଟା) ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା l ଜିଲ୍ଲା ସଭାପତି ବଂଶୀଧର ଭୂୟାଁ ଓ ଜିଲ୍ଲା ସମ୍ପାଦକ ମିହିର କାନ୍ତି ଢାଲି ଙ୍କ ବଳିଷ୍ଟ ନେତୃତ୍ଵରେ ଜିଲ୍ଲାର ଅଣଅନୁଦାନ, ଅନୁଦାନପ୍ରାପ୍ତ, ଅବସରପ୍ରାପ୍ତ ଓ ସରକାରୀ ଚୁକ୍ତି ଭିତ୍ତିକ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ପ୍ରମୂଖ କହିଛନ୍ତି ଯେ, ସେମାନଙ୍କ ଦାବୀ ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର୍ କରାଯିବ ବୋଲି ରାଜ୍ୟ ସରକାର ଙ୍କୁ ଚେତାବନୀ ଦେଇଛନ୍ତି l ଦାବୀ ଗୁଡିକ ମଧ୍ୟରୁ ଅନୁଦାନରୁ ବଞ୍ଚିତ ଯୋଗ୍ୟ ବିବେଚିତ ସମସ୍ତ ଉଚ୍ଚ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ କରିବା, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ଙ୍କୁ ଚାକିରୀ ସର୍ତ୍ତାବଳୀ ସହ ପେନସନ୍ ପ୍ରଦାନ, ୨୨୬ ଓ ୩୯୯ ବିଦ୍ୟାଳୟ କୁ ସପ୍ତମ ବେତନ କମିଶନ ହାରରେ ଦରମା ପ୍ରଦାନ, ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟକୁ ସରକାରୀକରଣ,୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତି ଭିତ୍ତିକ ଶିକ୍ଷକ ଙ୍କ ୬ ବର୍ଷ ଚୁକ୍ତି ଅବଧି ପରେ ନିୟମିତ କରିବା ଓ ୬ଟି ଇନକ୍ରିମେଣ୍ଟ ପ୍ରଦାନ କରିବା, ସମଗ୍ର ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଖାଲି ପଡିଥିବା ଶିକ୍ଷକ ଓ ଶିକ୍ଷା କର୍ମଚାରୀ ପଦ ପୂରଣ କରିବା, ଅବସର ସମୟ ସୀମା ୬୨ ବର୍ଷକୁ ବୃଦ୍ଧି କରିବା, ଆର ଏସି ପି ଲାଗୁ କରିବା କ୍ଷେତ୍ରରେ ସର୍ବୋଚ୍ଚ ନ୍ୟାୟାଳୟ ଙ୍କ ନିର୍ଦ୍ଦେଶକୁ ପାଳନ କରିବା,୨୮୦୦ ଓ ୨୨୦୦ ଓ ୧୯୦୦ ଗ୍ରେଡ ପେ’ ରେ ଥିବା ଅସଙ୍ଗତି ଦୂର କରିବା, ୪୮ ବର୍ଷ ରେ ପଦାର୍ପଣ କରି ସାରିଥିବା ସମସ୍ତ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ଙ୍କୁ ଟି ଜି ସ୍କେଲ ପ୍ରଦାନ କରିବା, ବିଏ ବିପିଏଡ ଓ ବିଏ ସିପିଏଡ୍ ଯୋଗ୍ୟତାଧାରୀ ଶିକ୍ଷକ ଙ୍କୁ ଟିଜି ସ୍କେଲ ପ୍ରଦାନ, ୧୧୦ବାଳିକା ବିଦ୍ୟାଳୟ କୁ ପୂର୍ଣ୍ଣ ଅନୁଦାନ ପ୍ରଦାନ ଆଦି ସଂଘ ପକ୍ଷରୁ ଦାବୀ କରାଯାଇଛି l
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More