୧୪୪ ଧାରା ଲାଗୁ ହୋଇଥିଲେ ବି ଏକ ବିବାଦୀୟ ସ୍ଥାନରେ ଗଣେଶ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ

16

Get real time updates directly on you device, subscribe now.

ଭୁବନେଶ୍ଵର(ସଂଘର୍ଷ ମିଡିଆ ) : 144 ଧାରା ଲାଗୁ ହୋଇଥିଲେ ବି ଏକ ବିବାଦୀୟ ଜାଗାରେ ଗଣେଶ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଅଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଭୀମଟାଙ୍ଗି ମଙ୍ଗଳା ମନ୍ଦିର ନିକଟରେ ଯାହା ଏଆରଫିଲଡ଼ ଥାନା ଅଧୀନରେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିବାଦ ମୁଣ୍ଡ ଟେକିଛି । କିଛି ଗୁଣ୍ଡା ଶ୍ରେଣୀୟ ଲୋକ ନିୟମ କାନୁନକୁ ବେଖାତିର କରି କାର୍ଯ୍ୟ କରୁଥିଲା ବେଳେ ପୋଲିସର ନୀରବତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏ ସମ୍ପର୍କରେ ସ୍ଥାନୀୟ ଶୁଚିସ୍ମିତା ଦାସ ପୋଲିସ ଡିସିପିଙ୍କ ଦ୍ୱାରସ୍ତ ହୋଇଛନ୍ତି । ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ ତାଙ୍କ ଘର ପାଖରେ ଏକ ସରକାରୀ ଜାଗା ଉପରେ ସ୍ଥାନୀୟ ଅସାମାଜିକ ଯୁବକ ଓ ରାଜନେତା ଅସ୍ଥାୟୀ ଘର କରି ଜମିକୁ ଜବରଦସ୍ତ କରିଛନ୍ତି । ସେଠାରେ ନିଶାଖାଇ ଗାଳିଗୁଲଜ କରିବା ସହିତ ଝିଅ ବୋହୁଙ୍କୁ ଅଶ୍ଳୀଳ କମେଣ୍ଟ କରୁଥିବାର ଅଭିଯୋଗ ହୋଇଛି । ସେଠାରେ ନିଶାଶକ୍ତ ଯୁବକମାନେ ଲୋକମାନଙ୍କୁ ଭୟଭୀତ କରୁଥିବାର ଅଭିଯୋଗ ସ୍ଥାନୀୟ ଥାନାରେ ଅଭିଯୋଗ କଲେ ମଧ୍ୟ ପୋଲିସ ନିଦାବିଷ୍ଣୁ ସାଜିଛି । ଅଭିଯୋଗ କରିବା ପରେ ଡିସିପି କାର୍ଯ୍ୟାଳୟ ପକ୍ଷରୁ 144 କରାଯାଇଥିଲେ ମଧ୍ୟ କାହା ସାହସରେ ନିଶାସକ୍ତ ଯୁବକ ମାନେ ଜବରଦସ୍ତି କାର୍ଯ୍ୟ କରୁଛନ୍ତି । କେଉଁ ପରିସ୍ଥିତିରେ ସ୍ଥାନୀୟ ପୋଲିସ ଚୁପ ରହିଛି ବୋଲି ପ୍ରଶ୍ନ ଉଠିଛି ?

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More