୧୨୩ ମୋବାଇଲ ଜବତ, ୮୭ଜଣ ଲୁଟେରା ଗିରଫ

12

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) :- ରଥଯାତ୍ରାରେ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ମୋବାଇଲ ଓ ମନିପର୍ସ ଲୁଟପାଟ୍ କରିଥିବା ୮୭ଜଣ ଲୁଟେରାଙ୍କୁ ପୁରୀ ପୁଲିସ ଗିରଫ କରିଛି । ଏମାନଙ୍କ ଠାରୁ ୧୨୩ଟି ମୋବାଇଲଫୋନ୍ ଜବତ ହୋଇଛି । ଏନେଇ ସୋମବାର ଟାଉନ ଥାନା ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସି.ଟି ଡିଏସ୍‌ପି କେ.କେ ହରିପ୍ରସାଦ ସୂଚନା ଦେଇଛନ୍ତି । ଏହି ସମୟରେ ଟାଉନ ଥାନାଧିକାରୀ ଗୋକୁଳ ରଞ୍ଜନ ଦାସ, ସମୁଦ୍ରକୂଳ ଥାନାଧିକାରୀ ଚିନ୍ମୟ ରାଉତ, ବଳିଆପଣ୍ଡା ଥାନାଧିକାରୀ ସୁସାନ୍ତ କୁମାର ସାହୁ, ସିଂହଦ୍ୱାର ଥାନାଧିକାରିଣୀ ଶ୍ୱେତପଦ୍ମା ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ୧୧ଟି ଆଣ୍ଟି ସ୍ନାଚିଂ ସ୍କ୍ୱାଡ୍ ଗଠନ କରିଥିଲା । ଗୋଟିଏ ସ୍କ୍ୱାଡ଼ରେ ଜଣେ ଏସ୍‌ଆଇଙ୍କ ସମେତ ୫ଜଣ ପୁଲିସ କର୍ମଚାରୀ ଥିଲେ । ଏହି ସ୍କ୍ୱାଡ୍ ସାଦାପୋଷାକରେ ଶ୍ରୀଜଗନ୍ନାଥ ମନ୍ଦିର, ଶ୍ରୀଗୁଣ୍ଡିଚା ମନ୍ଦିର ସମେତ ମରିଚିକୋଟ, ମାର୍କେଟ୍ ଛକ, ମେଡ଼ିକାଲ ଛକ, ବଡ଼ଶଙ୍ଖରେ ମୁତୟନ ହୋଇଥିଲେ । ସେହିପରି ପୁଲିସ ପକ୍ଷରୁ ଲୁଟେରାଙ୍କ ଏକ ଫଟୋ ଆଲବମ୍ ପ୍ରସ୍ତୁତ ହୋଇଥିଲା । ଗତ ୨୦ତାରିଖରୁ ୧ତାରିଖ ମଧ୍ୟରେ ପୁରୀ ସହରର ବିଭିନ୍ନ ଥାନାରେ ଲୁଟ୍‌ପାଟ ନେଇ ୨୦ଟି ମାମଲା ରୁଜୁ ହୋଇଛି । ଏହି ମାମଲାରେ ସମୁଦାୟ ୮୭ଜଣ ଲୁଟେରା ଗିରଫ ହୋଇଥିବାବେଳେ ଏମାନଙ୍କ ମଧ୍ୟରେ ୪୪ଜଣ ଓଡ଼ିଶାର, ୨୩ଜଣ ପଶ୍ଚିମବଙ୍ଗର, ୮ଜଣ ଆନ୍ଧ୍ରପ୍ରଦେଶର, ୪ଜଣ ଛତିଶଗଡ଼,ଜଣେ ଝାଡ଼ଖଣ୍ଡ, ୫ଜଣ ଉତ୍ତରପ୍ରଦେଶ, ଜଣେ ମଧ୍ୟପ୍ରଦେଶ, ଜଣେ ତେଲେଙ୍ଗାନାର ଅଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More