୧୨ଦଫା ଦାବୀ ନେଇ ସିପିଆଇ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

20

Get real time updates directly on you device, subscribe now.

ଗଜପତି( ସଂଘର୍ଷ ମିଡିଆ) : – ଗଜପତି ଜିଲା ସଦର ମହକୁମାପାରଳାଖେମୁଣ୍ଡିରେ ଠାରେ 12 ଦଫା ଦାବୀ ନେଇ ସିପିଆଇ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେମାନଙ୍କ ମୁଖ୍ୟ ଦାବିହେଲା ତିତିଲି ବାତ୍ୟାରେ ବାସହରା ଲୋକଙ୍କୁ ଘରଯୋଗାଇ ଦେବା ,ଆଦିବାସୀଙ୍କୁ ଜଙ୍ଗଲ ଜମି ପଟା ପ୍ରଦାନ କରିବା ,ବିଧବା ଭତା , ବାର୍ଦ୍ଧକ୍ୟ ଭତ୍ତା 500 ଟଙ୍କା ବଦଳେ 5000 ଟଙ୍କାକୁ ବୃଦ୍ଧି କରାଯାଉ, ବେକାରୀ ଙ୍କୁ ଚାକିରୀ ସୁବିଧା ଦିଆଯାଉ ନଚେତ ବେକାରୀ ଭତ୍ତା ପ୍ରଦାନ କରାଯାଉ ବିଦୂତ 300 ୟୁନିଟ ପର୍ଯ୍ୟନ୍ତ ଛାଡ଼ କର।ଯାଉ ପାରଳାଖେମୁଣ୍ଡି ସହରରେ ରାସ୍ତା ଗୁଡିକ ମରାମତି, କୃଷକ ମାନଙ୍କୁ ଫସଲ ର ଲାଭ ଜନକ ଦର ଦିଆଯାଉ ଏହି ଭଳିିଦାବୀ ନେଇ ଏକ ବିକ୍ଷୋଭ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହାସହ ରାଜ୍ୟର ବିଜେଡି ସରକାର ଓ କେନ୍ଦ୍ରର ବିଜେପି ସରକାର ଗରିବ ମାରଣ ନୀତି ଆପଣାଇଥିବା ଅଭିଯୋଗ କରିଛନ୍ତି । ଦରଦାମ ବୃଦ୍ଧି, ପେଟ୍ରୋଲ ଓ ଡିଜେଡର ବୃଦ୍ଧି, ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ଇତ୍ୟାଦି ପ୍ରସଙ୍ଗ ନେଇ ଲୋକଙ୍କୁ ସଚେତନ କରିବା ସହ 2024 ନିର୍ବାଚନରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଗାଦିଚ୍ୟୁତ କରିବା ପାଇଁ ଲୋକଙ୍କୁ ସଚେତନ କରାଯିବ ବୋଲି ସିପିଆଇ ର ରାଜ୍ୟ ସମ୍ପାଦକ ଅଭୟ ସାହୁ କହିଛନ୍ତି ଏହି କାର୍ଯ୍ୟକ୍ରମ ରେ ଜନ। ସୁବ।ସ ଚନ୍ଦ୍ର ରାଓ cpi ଗଜପତି ଜିଲ୍ଲା ସଂପାଦକ ଙ୍କ ସମତେ ବହୁ ନେତା କର୍ମୀ ଉପସ୍ଥିତ ଥିଲେ। ପରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଙ୍କୁ ପ୍ରଦାନ କରିଛନ୍ତି। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More