କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : – ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଚନ୍ଦନଗର ପଞ୍ଚାୟତ ବନ୍ତପାଟଣା ତେତଲଙ୍ଗା ଗ୍ରାମରେ ଆଜିକୁ ପ୍ରାୟ ୧୧୯ ବର୍ଷହେବ ଏହି ଗ୍ରାମରେ ଗ୍ରାମ ବାସୀଙ୍କ ସହଯୋଗରେ ଶ୍ରୀ ଶ୍ରୀ ଭାଗବତଙ୍କ ପିଠରେ ବହୁତ ଧୁମଧାମରେ ଶ୍ରୀମଦ୍ ଭଗବତ ପାରାୟଣ ଅନୁଷ୍ଠିତ ହୋଇଯାଇଛି। ଏହି ଭାଗବତ ପାରାୟଣ ରାମନବମୀ ରୁ ଆରମ୍ଭ ହୋଇ ଶାତଦିନ ପର୍ଯ୍ୟନ୍ତ ହରିବୋଲ ହୁଳହୁଳି ସହିତ ହରିଙ୍କ ନାମ ସଂକୀର୍ତ୍ତନରେ ଏ ଗ୍ରାମ କମ୍ପିଉଠେ। ପ୍ରଥମ ଦିନରେ କଳସ ଶୋଭାଯାତ୍ରା ଓ ପ୍ରତେକ ଦିନ ସକାଳ ଆଳତି, ଦ୍ୱିପ୍ରହର ଆଳତି, ସଂଧ୍ୟା ଆଳତି ସହିତ ହୋମ କାର୍ଯ୍ୟ କରାଯିବା ସହିତ ସୂର୍ଯ୍ୟପୂଜା କରାଯିବାସହ ଶେଷ ସଂଧ୍ୟାରେ ପୂର୍ଣ୍ଣାହୁତି ପରେ ନିକଟସ୍ଥ ପୁଷ୍କରିଣୀରେ କଳସ ବିସର୍ଜନ ହୋଇଥିବା ଦେଖିବାକୁ ମିଳିଛି। ଏହି ଧାର୍ମିକ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ପଣ୍ଡିତମାନେ ଦୂର ଦୂରଦୂରାନ୍ତରୁ ଆସି ଭଗବାନଙ୍କ ଅମୃତ କଥା ପ୍ରବଚନ ମାଧ୍ୟମରେ ଲୋକମାନଙ୍କୁ ବୁଝାଇବା ସହିତ ଲୋକମାନଙ୍କୁ ସତ ମାର୍ଗରେ ଚାଲିବା ପାଇଁ କହିଥାନ୍ତି। ୧୧୯ବର୍ଷର ଏହି ଧାର୍ମିକ ଅନୁଷ୍ଠାନ ଗ୍ରାମର ମୁରବି ଓ ଜୁବକମାନେ ଏକତ୍ରିତ ହୋଇ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ଏହି ଭାଗବତ ପାରାୟଣର ପ୍ରଥମ ଦିନରୁ ଆରମ୍ଭ କରି ମହିଳାମାନେ ଉପବାସ ରହି ବଡ଼ ଠାକୁରଙ୍କ ଉଦ୍ଦେଶ୍ୟରେ କଳସ ଶୋଭାଯାତ୍ରାରେ ସାମିଲ ହୋଇ ଶାତଦିନ ପର୍ଯ୍ୟନ୍ତ ଅରୁଆ ଭୋଜନ କରିବା ସହିତ ନିଷ୍ଠାପର ଭାବେ ଭଗବାନଙ୍କ ମନ୍ତ୍ରଧ୍ୟୋନି ଓ ଭଗବାନଙ୍କ ଅମୃତ କଥା ଶ୍ରବଣ କରିଥାନ୍ତି।
(ପଟ୍ଟାମୁଣ୍ଡାଇ ରୁ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)
Get real time updates directly on you device, subscribe now.
Next Post