କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : ଦିନକୁ ଦିନ ଧଳା ଜହର(ବ୍ରାଉନ ସୁଗାର) ବେପାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।ଏହି ଧଳା ଜହର ସେବନ କରି ଆଗାମୀ ଭବିଷ୍ୟତ କୁହାଯାଉଥିବା ଯୁବଗୋଷ୍ଠୀ ମାନେ ପଥଭଷ୍ଟ ହେବାସହ ଅନୈତିକ କାର୍ଯ୍ୟରେ ଲିପ୍ତ ହେବା ଦେଖିବାକୁ ମିଳୁଛି। ସରକାରଙ୍କ ପକ୍ଷରୁ ଏହି ଧଳା ଜହର ବେପାର କରୁଥିବା ଓ ଧଳା ଜହର ସେବନ କରୁଥିବା ବ୍ୟକ୍ତିଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଆଗାମୀ ଦିନରେ ଧଳାଜହର ଭଳି ବିଷାକ୍ତ ନିଶା ଠାରୁ ଆଗାମୀ ଯୁବପିଢି ମାନେ ଦୂରେଇ ରହିବେ ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମାନେ ପ୍ରକାଶ କରିଛନ୍ତି। ଏବେ କେନ୍ଦ୍ରାପଡ଼ା ଜିଲ୍ଲାରେ ବିଷାକ୍ତ ଧଳାଜହରର ସଂଖ୍ୟା ହୁହୁହୋଇ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି କେନ୍ଦ୍ରାପଡ଼ା ସଦର ଥାନା ଆଇଆଇସି ଗୈରାଙ୍ଗ ଚରଣ ପୁଷ୍ଟି ଙ୍କ ନେତୃତ୍ବରେ ଧଳା ଜହର (ବ୍ରାଉନ ସୁଗାର) ବେପାର କରୁଥିବା ପାଞ୍ଚଜଣ ବ୍ୟକ୍ତି କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଫକିରାବାଦ ଗାଁର ସେକ ରାହିଲ୍ ବୟସ ୨୪, ମହିପାଳ ଗାଁର ମୀର ନିଜାମୁଦ୍ଦିନ ଓରଫ ରାହୁଳ ବୟସ ୨୦, କପାଳେଶ୍ଵର ଗାଁର ଲକ୍ଷ୍ମୀଧର ନାୟକ ଓରଫ ନାଣ୍ଡୁ ବୟସ ୩୩, ମାର୍ଶାଘାଇ ଥାନା ଅନ୍ତର୍ଗତ ଅଙ୍ଗୁଳେଇ ଗାଁର ନାରାୟଣ ପାତ୍ର ଓରଫ ମଣ୍ଟୁ ବୟସ ୨୮, ମାହାଙ୍ଗା ବ୍ଲକ ଅର୍ନ୍ତଗତ ରଘୁନାଥ ନଗର ଗାଁର ସୁମିତ କୁମାର ସିହ୍ନା ବୟସ ୨୫, ଙ୍କୁ ଧଳାଜହର ବେପାର କରୁଥିବା ସମୟରେ ଗିରଫ କରିବା ସହ ସେମାନଙ୍କ ଠାରୁ ୫.୩୪ଗ୍ରାମର ବ୍ରାଉନ ସୁଗାର, ନଗଦ ଶାତହଜାରେ ଶାତସହ ଟଙ୍କା, ଦୁଇଟି ମଟରସାଇକେଲ ଓ ଚାରୋଟି ମୋବାଇଲ ଫୋନ ଜବତ କରାଯାଇଛି। ସେହିଭଳି ଆଜି ତା ୨୮-୪-୨୦୨୨ ରିଖ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ତପନ କୁମାର ରାଉତଙ୍କ ନେତୃତ୍ବରେ ଦୁଇଟି ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ କରି ଛଅଜଣ ଧଳା ଜହର ବେପାରୀଙ୍କୁ ଗିରଫ କରି ୬ଜଣ ଆସାମୀଙ୍କୁ କୋର୍ଟ ଚାଲାଣ କରିଥିବା ନେଇ ପଟ୍ଟାମୁଣ୍ଡାଇ ଏସ ଡି ପି ଓ ସଂଧ୍ୟା ରାଣୀ ବେହୁରିଆ ପ୍ରେସ ମିଟର କରି ସୂଚନା ଦେଇଛନ୍ତି। ସୂଚନା ମୁତାବକ ବିଶେଷ ସୂତ୍ରରୁ ଖବର ପାଇ ପଟ୍ଟାମୁଣ୍ଡାଇ ପୋଲିସ ଆଇ ଆଇ ସି ତପନ କୁମାର ରାଉତଙ୍କ ନେତୃତ୍ୟରେ ଟିମ ହରପର୍ବତୀ ମନ୍ଦିର ନିକଟରେ ସେଠାରେ ରୁଣ୍ଡଥିବା ଆସାମୀ ମାନଙ୍କ ମଧ୍ୟରୁ ଜଣେ ଖସି ପଳାଇଥିଲା ! ଅବଶିଷ୍ଟ ୬ଜଣଙ୍କୁ ପୋଲିସ କାବୁ କରିବା ସହ ସମ୍ପୃକ୍ତ ଅଂଚଳରୁ ୫ଗ୍ରାମ ୧୨0ମିଲି ଗ୍ରାମ ବ୍ରାଉନ ସୁଗାର, ୨୩ ହଜାର ଟଙ୍କା, ଦୁଇଟି ବାଇକ ଓ ୪ଟି ମୋବାଇଲ ଜବତ କରିଥିଲେ ! ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବ୍ରାଉନ ସୁଗାର କାରବାର ସକ୍ରିୟ ହେଉଥିବା ବେଳେ କେନ୍ଦ୍ରାପଡ଼ା ଏସପି ସନ୍ଦିପ ସମ୍ପଦ ମଡକର ବେଆଇନ ଧଳା ଜହର ବେପାରୀଙ୍କୁ କ୍ଷମା କରାଯିବ ନାହିଁ ବୋଲି କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗିରଫ ହୋଇଥିବା ଛଅଜଣଙ୍କ ବିରୋଧରେ ପଟ୍ଟାମୁଣ୍ଡାଇ ଥାନା କେସ ନଂ202/2022 ମାମଲା ରୁଜୁ କରାଯାଇ 21(b)/29NDPS ଦଫାରେ ଗିରଫ କରାଯାଇ ଆସାମୀ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। (ପଟ୍ଟାମୁଣ୍ଡାଇ ରୁ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍।)