୧୧କେଭି ବିଦ୍ୟୁତ୍ ଆଘାତରେ ଯୁବକ ମୃତ

16

Get real time updates directly on you device, subscribe now.

ରାଇରଙ୍ଗପୁର (ସଂଘର୍ଷ ମିଡିଆ ) : – କାଶିଆ ବେଡା ଲୌହଖଣି ଗାଁରେ ଅଘଟଣ । ଯୁବକଙ୍କ ମୃତ୍ୟୁକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣଟି ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ ଥାନା ଅନ୍ତର୍ଗତ ଧାଙ୍ଗୁଡିମୁଥା ଗ୍ରାମପଞ୍ଚାୟତର କାଶିଆବେଡା ଗ୍ରାମର ବୁଧୁରାମ ତିରିଆଙ୍କ ପୁଅ ରୂପା ତିରିଆ ( ୨୦) ସୋମବାର ଅପରାହ୍ନ ୩ଟା ୩୦ ମିନିଟ୍ ପାଖାପାଖି ସମୟରେ ବିଦ୍ୟୁତ୍ ଆଘାତରେ ତାର ମୃତ୍ୟୁ ଘଟିଥିଲା । ସୂଚନାଯୋଗ୍ଯ ଯେ ମୃତକ ରୂପା ତିରିଆ କାଶିଆବେଡା ଗାଁ ଦେଇ କାଶିଆବେଡା ଲୌହଖଣିରୁ ୧୪ ଚକିଆ ଟ୍ରକଟି ଲୌହ ଲୋଡ ନକରି ଗାଁ ଦେଇ ଫେରୁଥିବା ବେଳେ ଘଟିଥିଲା ଅଘଟଣ । ପ୍ରତ୍ୟକ୍ଷଦର୍ଶି ମାନଙ୍କ କହିବା ଅନୁଯାଇ ୧୪ ଚକିଆ ଟ୍ରକଟି ଅତି ଉଚ୍ଚ ରହିଥିଲା କିନ୍ତୁ ଏଗାର ହଜାର ତାରଟି ରାସ୍ତାରେ ଝୁଲି ରହିଥିଲା। ଉକ୍ତ ତାର ଟିକୁ ଟେକିବା ପାଇଁ ଟ୍ରକ ଚାଳକ ରୂପାକୁ କହିଥିଲା , ଚାଳକର କଥା ଅନୁଯାୟୀ ମୃତକ ଯୁବକ ଟ୍ରକ୍ ଉପରକୁ ଚଢିଯାଇ ତାର ଟେକୁ ଥିବା ବେଳେ ମୁଣ୍ଡ ଉପରେ ଥିବା 11 KV ତାର ପାଖାପାଖି ଏକ ସର୍ଟସର୍କିଟ ହେବାରୁ ଯୂବକ ଉପରକୁ ବିଦ୍ୟୁତ୍ ଆଘାତ ହୋଇଥିଲା । ଯାହାଫଳରେ ପ୍ରଚଣ୍ଡ ଶଦ୍ଧ ହେବ ସହ ଯୁବକକୁ ଆଘାତ ଲାଗିବା ଫଳରେ ଘଟଣାସ୍ଥଳରେ ତାର ମୃତ୍ଯୂ ହୋଇଯାଇଥିଲା । ୧୪ ଚକିଆ ଟ୍ରକଟି ଆହାରବନ୍ଧର ବାସୁଦେବ ବାରିକଙ୍କର ବୋଲି ଜଣାପଡିଛି । ବାଦାମପାହାଡ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ କରି ରାଇରଙ୍ଗପୁର ଡାକ୍ତରଖାନାକୁ ବିଳମ୍ବିତ ରାତିରେ ଡାକ୍ତରୀମାଇନା ପାଇଁ ପଠାଇଥିଲେ । କିନ୍ତ ରାତି ହେବାରୁ ଆଜି ମଙ୍ଗଳବାର ପୂର୍ବାହ୍ଣରେ ମାଇନା ପରେ ପରିବାରବର୍ଗଙ୍କୁ ମର ଶରୀର ହସ୍ତାନ୍ତର କରିଥିଲେ ପୋଲିସ । କେସ୍ ନଂ-୧୫୨୨ ମାମଲା ରୁଜୁ କରି ବାଦାମପାହାଡ଼ ପୋଲିସ ତଦନ୍ତ ଜାରିରଖିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More