୧୧କେଭି ଫିଡ଼ର ସଂଯୋଗୀକରଣର ଶୁଭାରମ୍ଭ

11

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : – ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଂଚାୟତବାସୀ ପ୍ରତିବର୍ଷ ବନ୍ୟାସମୟରେ ବିଦ୍ୟୁତ ସେବାପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ | ଅଂଚଳବାସୀଙ୍କ ବାରମ୍ବାର ପ୍ରଶାସନ ତଥା ବିଭାଗୀୟ ଅଧିକାରୀ ଙ୍କୁ ଅଭିଯୋଗ କରି ଆସୁଥିଲେ l ଅଞ୍ଚଳ ବାସୀଙ୍କ ଦାବୀକୁ ବିଚାର କରି ଶକ୍ତିବିଭାଗ ପକ୍ଷରୁ ପଂଚାୟତରାଜ, ପାନୀୟଜଳ ଓ ଜଙ୍ଗଲ ପରିବେଶ ଓ ସୂଚନା ଓ ଲୋକ ସମ୍ପର୍କ ବିଭାଗର ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ କରକମଳରେ ବ୍ଲକର ଖଣ୍ଡହତା ଠାର 11କେ ଭି ଫିଡ଼ର ସଂଯୋଗୀକରଣ ପାଇଁ ଶୁଭ ଉଦ୍ଘାଟନ ହୋଇଯାଇଛି |ଏହା ଫଳରେ ବନ୍ୟା ସମୟରେ ଧଳପୁର ପଂଚାୟତ ବାସୀଙ୍କୁ ଆଉ ବିଦ୍ୟୁତ ସେବାର କୌଣସି ଅସୁବିଧା ହେବ ନାହିଁ ବୋଲି ଆଶା କରା ଯାଉଛି |ଏହି ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ, ସ୍ଥାନୀୟ ସରପଞ୍ଚ ସୁଜାତା କର୍ଣ୍ଣ ନିର୍ବାହୀ ଯନ୍ତ୍ରୀ ଇଂ ଅଶୋକ କୁମାର ରାଉତ, ଏସଡିଓ ନରେଶ ଆଚାର୍ଯ୍ୟ ସମେତ ଅଂଚଳ ବାସୀ ଉପସ୍ଥିତ ଥିଲେ l ରିପୋର୍ଟ, ଉଗ୍ରସେନ କର୍ମୀ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More