୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

7

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଆଜି ରବିବାର ଦିନ ଅପରାହ୍ନ ୪ଟାରେ ପୁରୀ ଜିଲ୍ଲା ବଡ଼ଦାଣ୍ଡ ବଡ଼ଶଙ୍ଖ ସ୍ଥିତ ରାଣୀସତୀ ଭବନ ଠାରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି।ସେଥିରେ ମୁଖ୍ୟ ପ୍ରସଙ୍ଗ ଭାବେ ସମସ୍ତ ଜନସାଧାରଣ ଓ ସରକାର ଙ୍କୁ ଶ୍ରୀ ସୁବୋଧ ନାଥ ଶର୍ମା ଙ୍କ ସଭାପତିତ୍ବରେ ଅବଗତ କରାଇ ଥିଲେ କି1- EMRI GREEN HEALT SERVICE (ଏମ୍ରି ଗ୍ରୀନ ହେଲଥ ସର୍ଭିସ) ନାମକ ଏକ ଘରୋଇ କମ୍ପାନୀ ତା 21/10/2024 ରିଖ ଠାରୁ ଓଡ଼ିଶାରେ ୧୦୮ ଆମ୍ବୁଲାନ୍ସ ଜରୁରୀ କାଳୀନ ସେବାକୁ ଠିକା ଭାବେ ଟେଣ୍ଡର ନେଇଛି। ସମସ୍ତ ଆମ୍ବୁଲାନ୍ସର କର୍ମଚାରୀଙ୍କୁ ଚଳିତ ଟେଣ୍ଡରରେ କାର୍ଯ୍ୟ କରାଇବା ପାଇଁ ନେଇଥିବା ବେଳେ ସେମାନଙ୍କ ଠାରୁ ୫୯୦ ଟଙ୍କା ଲେଖାଏଁ ଅନଲାଇନ ମାଧ୍ୟମରେ ଆଦାୟ କରି ନେଇଛି ସଂସ୍ଥା। ମାତ୍ର ଏହି ସଂସ୍ଥା ସବୁ ଜିଲ୍ଲାର ସଂଘରେ ଥିବା ଲିଡର ମାନଙ୍କୁ ଜାଣିଶୁଣି ଡ୍ୟୁଟି ଦେଉନାହିଁ କିମ୍ବା ନିଯୁକ୍ତି ଦେଉନାହିଁ। କାରଣ ପୂର୍ବରୁ ସଂସ୍ଥା ଦ୍ୱାରା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଶୋଷଣର ଶିକାର ହେଉଥିବାବେଳେ ମହାସଂଘର ଲିଡରମାନେ ଲଢ଼େଇ କରି କର୍ମଚାରୀମାନଙ୍କୁ ସୁରକ୍ଷା ଦେଇ ଆସିଛନ୍ତି। ତେଣୁ ନୂଆ ସଂସ୍ଥା ଏବେ ଏହି ଲିଡରମାନଙ୍କୁ ଅଣଦେଖା କରି କାର୍ଯ୍ୟରେ ନିୟୋଜିତ କରୁନାହିଁ। ଫଳରେ ବିଶୃଙ୍ଖଳା ସୃଷ୍ଟି ହୋଇଛି। ସଂଘ ପକ୍ଷରୁ ତା 22/10/2024 ରିଖ ଦିନ ଭୁବନେଶ୍ୱର IDCO TOWER 7th floor ରେ ଥିବା Emri Green office କୁ ପ୍ରାୟ 1500 ପିଲା ଯାଇ ସମସ୍ୟା ଜଣାଇଥିଲେ Emri Green କମ୍ପାନୀ ର Flip Head Ranjit sir ମିଡ଼ିଆ ସାମ୍ନାରେ 2 ଦିନ ମଧ୍ୟରେ Onboarding ହେବ ବୋଲି କହିଥିଲେ , HR head ଓ ଅଫିସ କର୍ତ୍ତୃପକ୍ଷ ମଧ୍ୟ କହିଥିଲେ 2 ଦିନ ମଧ୍ୟରେ ହୋଇଯିବ। କିନ୍ତୁ ଆଜିକୁ 7 ଦିନ ବିତିଯାଇଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନାହିଁ। ଆଗାମୀ ରଣନୀତି -1- ତା 28/10/2024 ରିଖ ସମସ୍ତ 30 ଟି ଜିଲ୍ଲାର ଅଫ Duty କର୍ମଚାରୀ ମାନଙ୍କୁ ନେଇ ଜିଲ୍ଲା କଲେକ୍ଟର , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ ଏବଂ NHM (ଜାତୀୟ ସ୍ୱାସ୍ଥ୍ୟ ବିଭାଗ) , ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟ ମନ୍ତ୍ରୀ ଓ ଶ୍ରମ ମନ୍ତ୍ରୀଙ୍କୁ ଚିଠି କରାଯିବ। 2- ଯଦି ଦାବି ପୂରଣ କରାନଯାଏ ତେବେ 30/10/2024 ରିଖ ସମସ୍ତ ଜିଲ୍ଲାରେ କାର୍ଯ୍ୟରତ 108 ଆମ୍ବୁଲାନ୍ସ ଗାଡ଼ିରେ ଥିବା GPS OFF କରି ରୋଗୀସେବା ଦିଆଯିବ। 3- ତା 01/11/2024 ରିଖ ପ୍ରତ୍ୟେକ ଜିଲ୍ଲାରୁ ଆମ୍ବୁଲାନ୍ସ ଗାଡ଼ି ଛାଡି କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବ। ପ୍ରତ୍ୟେକ ଜୀବନ ଆମ ପାଇଁ ବହୁ ମୂଲ୍ୟବାନ। ତେଣୁ ସରକାର, ସ୍ବାସ୍ଥ୍ୟ ବିଭାଗ ଓ ପ୍ରଶାସନ ଏଥିପ୍ରତି ଗୁରୁତ୍ଵ ଦେଇ ଆଗକୁ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେଉ ଅଲ୍ ଓଡିଶା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ଚେତାବନୀ ଦେଇଛି ଆଜିକୁ ଦୀର୍ଘ 11 ବର୍ଷ ହେବ ଦିନ ନାହିଁ ରାତି ନାହିଁ , କାହିଁ ଅଖିଆ ଅପିଆରେ 12 ଘଣ୍ଟା କାର୍ଯ୍ୟ କରି ମାତ୍ର 8 ଘଣ୍ଟାର ସ୍ୱଳ୍ପ ପାରିଶ୍ରମିକରେ 108 ଆମ୍ବୁଲାନ୍ସ କର୍ମଚାରୀମାନେ ବହୁତ୍ ବିପଦ ସମୟରେ ରୋଗୀ ସେବା ଯୋଗାଇ ଦେଇ ଆସୁଛନ୍ତି ତାର ପ୍ରମାଣ – କରୋନା ମହାମାରୀ, ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣା, ପ୍ରାକୃତିକ ବିପର୍ଯ୍ୟୟ ତଥା ବନ୍ୟା, ବାତ୍ୟା, ପବନକୁ ଖାତିର ନକରି ନିଜ ଜୀବନକୁ ପାଣି ଛଡାଇ ଆଜି ପର୍ଯ୍ୟନ୍ତ ରୋଗୀ ସେବା ଦେଇ ଆସିଛନ୍ତି। ଆଜି ପର୍ଯ୍ୟନ୍ତ ବାରମ୍ବାର ସରକାରଙ୍କୁ ତାଙ୍କ ଦୁଃଖ ଜଣାଇ ଆସୁଛନ୍ତି। କିନ୍ତୁ କୌଣସି ଫଳ ମିଳିନାହିଁ। ସରକାରଙ୍କ ପାଖରେ ଦାବି । 1- ପ୍ରାୟ ପ୍ରତି ଜିଲ୍ଲାରୁ ୨୦୦ରୁ ଅଧିକ ପିଲାଙ୍କୁ କାର୍ଯ୍ୟରେ ନିଯୁକ୍ତି ଦିଆଯାଇନାହିଁ। ତେଣୁ ସେମାନଙ୍କୁ ତୁରନ୍ତ କାର୍ଯ୍ୟରେ ନିଯୁକ୍ତି ଦିଆଯାଉ। 2- 12 ଘଣ୍ଟା କାର୍ଯ୍ୟ କରୁଛନ୍ତି। କିନ୍ତୁ 8 ଘଣ୍ଟାର ପାରିଶ୍ରମିକ ପାଉଛନ୍ତି। 12 ଘଣ୍ଟା କାର୍ଯ୍ୟ କୁ 12 ଘଣ୍ଟାର ପାରିଶ୍ରମିକ ଦିଆଯାଉ।
3- 11 ବର୍ଷ ର ଅଭିଜ୍ଞ କର୍ମଚାରୀଙ୍କ ଯେତିକି ଦରମା ଆଜି ନୂଆ କର୍ମଚାରୀଙ୍କ ମଧ୍ୟ ସେତିକି ଦରମା। ତେଣୁ ବାର୍ଷିକ ବୃଦ୍ଧି କରାଯାଉ ଓ ଅଭିଜ୍ଞ କର୍ମଚାରୀଙ୍କୁ ଅଧିକ ଦରମା ଦିଆଯାଉ। 4- କର୍ମ କ୍ଷେତ୍ରରେ ସୁରକ୍ଷା କିଛି ନାହିଁ। କମ୍ପାନୀ ଯେତେବେଳେ ଇଚ୍ଛା କାର୍ଯ୍ୟରୁ ବହିଷ୍କାର କରୁଛନ୍ତି ଓ ସେହି ଜାଗାରେ ନୂଆ ନିଯୁକ୍ତି ଦେଇ ଲକ୍ଷାଧିକ ଟଙ୍କା ନେଉଛନ୍ତି। ତେଣୁ ମନଇଚ୍ଛା ଛଟେଇ ନ କରାଯାଉ। ଏହି କାର୍ଯ୍ୟକ୍ରମରେ ମହାସଙ୍ଘର ରାଜ୍ୟ ଅଧ୍ୟକ୍ଷ ଶୋଭେନ୍ଦ୍ର ସାମଲ, ରାଜ୍ୟ ଉପାଧ୍ୟକ୍ଷ ପ୍ରଦୀପ କୁମାର ଦଶ, ରାଜ୍ୟ ସମ୍ପାଦକ ଶ୍ରୀରାମଚନ୍ଦ୍ର ଆଚାର୍ଯ୍ୟ ଓ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More