ଭଦ୍ରକ(ସଂଘର୍ଷ ମିଡିଆ) : – ଭଦ୍ରକ ଆଗରପଡ଼ା ଅରଞ୍ଜି ଛକ ନିକଟରେ ୧୦୨ ଆମ୍ବଲାନ୍ସ ଓ ଯାତ୍ରୀବାହୀ ବସ୍ କ୍ରୀଷ୍ଣା ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୪ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଆଗରପଡ଼ା ନିକଟସ୍ଥ ଅରଞ୍ଜି ଛକ ନିକଟରେ କ୍ରୀଷ୍ଣା ନାମକ ଯାତ୍ରୀବାହୀ ବସ ଓ ଜଣେ ଗର୍ଭବତୀକୁ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବସଟି ଭାରସାମ୍ୟ ହରାଇ ରାସ୍ତାକଡ଼ ବିଲ ମଧ୍ୟକୁ ଓଲଟି ପଡିଥିଲା। ଆସନ୍ତାକାଲି ଠାରୁ ବସ ଧର୍ମଘଟ ପାଇଁ ଡାକରା ଦିଆଯାଇଥିବାରୁ ବସରେ ଭରପୁର ଯାତ୍ରୀ ଥିଲେ।