୧୦୦ ବୋତଲ କଫ ସିରପ ଜବତ , ୩ ଗିରଫ

14

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ ) : -ବେଆଇନ କଫ ସିରଫ କାରବାରକୁ ନେଇ ତିନି ଜଣକୁ ଗିରଫ କରିଛି ସୋନପୁର ପୋଲିସ ଓ ତା ସହ ୧୦୦ ବୋତଲ କଫ ସିରଫ ଏବଂ ଏକ ସ୍କୁଟି ମଧ୍ୟ ଜବତ କରିଛି ପୋଲିସ । ସୋନପୁର ଥାନା ଅଂଚଳରେ କିଛି ଦିନ ହେଲା ବେଆଇନ ଭାବେ କଫ ସିରଫ କାରବାର ଚାଲିଥିଲା । ତେବେ ଆଜି ସକାଳେ ସଦର ବ୍ଲକଛକ ରୁ ପଟାଭାଡି ରାସ୍ତାରେ ଥିବା ସଖି ସେଣ୍ଟର ନିକଟରେ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ତିନି ଜଣ ଯୁବକ ଏକ ସ୍କୁଟିରେ କଫସିରପ୍ ବିକ୍ରି କରୁଥିବାବେଳେ ତାଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଉତ୍ତମ ବେହେରା, ମାନସ ପାଢି ସୁବର୍ଣ୍ଣପୁର ସଦର ଓ ଭଗବାନ ସାହୁଙ୍କ ଘର ଉଲୁଣ୍ଡା ଅଞ୍ଚଳରେ ହୋଇଥିବା ପୋଲିସ ସୁଚନା ଦେଇଛି । ଏନେଇ ସୋନପୁର ଥାନାରେ ଏକ ସାମ୍ବାଦିକ ସମ୍ମିଳନି କରି ସୁଚନା ଦେଇଛନ୍ତି ସୋନପୁର ଉପଖଣ୍ଡ ପୋଲିସ ଅଧିକାରୀ । ଏହି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗୀ ଓ ସଦର ଆଇଆଇସି କୃଷ୍ଣ ଚନ୍ଦ୍ର ମେହେର ଉପସ୍ଥିତ ଥିଲେ। ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More