ନବରଙ୍ଗପୁର(ସଂଘର୍ଷ ମିଡିଆ) : ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ବ୍ଳକରେ ସର୍ବାଧିକ ନମ୍ବର ରଖି ଡାବୁଗାଁ ବ୍ଳକ ପାଇଁ ଗୌରବ ଆଣିଲେ ମୋନାଲିସା l ମୋନାଲିସା ମାଝୀ ଶିକ୍ଷକ ଜିତେନ୍ଦ୍ର ମାଝୀଙ୍କ ସୁପୁତ୍ରି l ଚଳିତ ବର୍ଷ ଦଶମ ବାର୍ଷିକ ବୋର୍ଡ ପରୀକ୍ଷାରେ ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରି ସର୍ବାଧିକ ମୋଟ ୬୦୦ ମାର୍କ ରୁ ୫୪୦ ନମ୍ବର ରଖିଛନ୍ତି l ଏଥି ସହିତ ମୋନାଲିସା ମଧ୍ଯ ଦଶମ ବୋର୍ଡ ପରୀକ୍ଷାରେ ଡାବୁଗାଁ ବ୍ଳକରେ ସର୍ବାଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି l ଏଣୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଆସୁଥିବାବେଳେ ମୋନାଲିସା ଭବିଷ୍ୟତରେ ଜଣେ ଆଦର୍ଶ ଶିକ୍ଷୟତ୍ରୀ ହୋଇ ତାଙ୍କ ଶିକ୍ଷା ଦାନରେ ଆଗାମୀ ଭବିଷ୍ୟତ ଶିଶୁ ମାନଙ୍କୁ ସଠିକ ଦିଗଦର୍ଶନରେ ଭଲ ମଣିଷ ଗଠନ କରିବେ ବୋଲି ଲକ୍ଷ ରଖିଛନ୍ତି l ଏଥିରେ ସେ ନିଜର ମାତା ପିତା, ଗୁରୁଜନଙ୍କ ସହ ସମ୍ପୃକ୍ତ ବିଦ୍ୟାଳୟର ଶିକ୍ଷକ l ଶିକ୍ଷୟିତ୍ରୀମାନଙ୍କୁ ଶ୍ରେୟ ଦେଇଛନ୍ତି l ବିଦ୍ୟାର୍ଥୀ ମାନଙ୍କ ପାଇଁ ଉଦାହରଣ ସାଜି ବିଦ୍ୟା ଅଭ୍ୟାସ କଲେ ଏଭଳି କୃତିତ୍ଵର ଅଧିକାରୀ ହୋଇ ପାରିବ ବୋଲି ସେ ଦେଖାଇଛନ୍ତି l ଏଣୁ ଡାବୁଗାଁ ବ୍ଳକ ଶିକ୍ଷା କ୍ଷେତ୍ରରେ ସେ ଡାବୁଗାଁର ଗର୍ବ ଓ ଗୌରବ ଆଣିପାରି ଥିବାରୁ ସମସ୍ତେ ସେହି ଝିଅ ର ଉତ୍ତୋରତର ଉନ୍ନତି କାମନା କରିଛନ୍ତି l ନବରଙ୍ଗପୁର ଜିଲ୍ଲା ରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l