ଭବାନୀପାଟଣା(ସଂଘର୍ଷ ମିଡିଆ) : ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ୫ ଦଫା ଦାବି ପୂରଣ ନହେଲେ ଆସନ୍ତା ଡିସେମ୍ବର ୧ ତାରିଖରୁ ରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ ରହିବ ବୋଲି ସଂଘ ଚେତାବନୀ ଦେଇଛି। ବୁଧବାର ଭବାନୀପାଟଣାସ୍ଥିତ ଏସ୍ଏନ କନ୍ଫରେନ୍ସ ହଲ୍ରେ ଅନୁଷ୍ଠିତ ସଂଘର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।